କସ୍ତୁରୀ ମୃଗ
କସ୍ତୁରୀ ମୃଗ
ମା'ଲୋ,ତୋ ସରୁ ପାପୁଲି ଦେବୁକି,
ଯେତେ ମାଗୁ ଥିଲେ ଯତନେ ତୋହର
ସେ ଅମୃତର ଝର ଦେବୁ କି..?
ମା ଲୋ ତୋ ହସ ଲଡୁକୁ ତୁ ଦେବୁକି,
ଯେତେ ଖାଉ ଥିଲେ ଏ ଅଳି ଜୀବନେ,
ସେ'ହସ ଖୁସି ଲଢୁ ଦେବୁ କି..?
ମା' ଲୋ,ତୋ ସେନେହ ଟିକେ ତୁ ଦେବୁକି,
ମମତାର ଡୋରି ସେ ଅତୁଟ ବନ୍ଧନେ,
ମୋ'ହସ ମୁଣି ଭରି ଦେବୁକି..?
ମା' ଲୋ ତୋ ମମତାର ମଳି ଦେବୁକି,
ତୋ'ପାଦର ଧୂଳି ମୋ ଅମରା ପୁରି,
ମର୍ତ୍ତ୍ୟର ବୈକୁଣ୍ଠ ହେବୁ କି..?
ମା'ଲୋ,ତୋ ଗଳା ରତନ ମୁଁ ହେବିକି,
ମଣି ମୁକ୍ତା ମାଳା ଯେତେ ତୁଚ୍ଛ ଲାଗେ,
ତୋ'କୋଳ ଝୁଲଣା ହେବି କି..?
ମା'ଲୋ ତୋ ଚନ୍ଦନ କସ୍ତୁରୀ ହେବି କି,
ବାର ମାସେ ତୋ'ର ତେର ପର୍ବରେ,
ମହ ମହ ହୋଇ ପରା ବାସିବି..!
ମା'ଲୋ,ତୋ ଦୟଣାର ମାଳି ହେବି କି,
ମୃଗ ନାଭୀ ହୋଇ ସୁରଭି ସଂଧାନେ,
ସେ କସ୍ତୁରୀ ମୃଗ ମୁଁ ପାଇବି..?
ମା'ଲୋ,ତୋ କଳା ମାଣିକ ମୁଁ ହେବି କି,
ମୁଁ ଅନ୍ଧର ଲଉଡ଼ି ତୋ ଦରିଦ୍ର ପସରା,
ତୋ'ଧନ ସଙ୍ଖାଳି ମୁଁ ହେବି କି..?
ମା' ଲୋ,ତୋ ନୟନର ତାରା ହେବି କି,
ନୀତି ଝଟକିବି ତୋ ଆଶା ଆକାଶେ,
ଯେତେ ଅନ୍ଧର ଆଲୁଅ ଥାଉ କି..?
ମା'ଲୋ,ତୋ ବିଶି କେଶନ ମୁଁ ହେବି କି,
ତୋ ମହତ ଦାନେ ମୁଁ ଉଠି ବସୁ ଥିବି,
ସେ ଅପରା ଶକ୍ତିରେ ମୁଁ ଜିଇଁବି..!
ମା ଲୋ ତୋ କଜ୍ଜଳ କଳା ମୁଁ ହେବି କି,
ଯେତେ ଗୋରା ଥାଉ ଏ ଦୁନିଆ ଯାକ,
ତୋ ଷୋହଳ କଳା ମୁଁ ହେବି କି..?
ମା ଲୋ ତୋ ଆଖି ସପନ ହେବି କି,
ଯେତେ ନିଦ ଥାଉ ତୋ ଗୋପ ନୟନେ,
ଗୋପ ଅବଳାର ଧନ ହେବି କି,
ଯେତେ ଖୋଜୁ ଥିଲେ ସେତେ ଲୁଚୁ ଥିବି,
ତୋ ଆଖି ପଲକେ ଥାଇ ଵି..?
ତୋ ହାତ କଷଣ ଝୁରି ହେଉଥିବି,
ତୋ ମିଛ ଗଞ୍ଜଣା ଖାଇବି..
ତୋ କୋଳରେ ଯାଇ ଲୁଚି ବସୁଥିବି
ତୋ ଅଙ୍କ ପଲଙ୍କେ ଲୋଟିବି..?
ତୋ ରଙ୍କ ରତନ ସାଜିବି..?
