STORYMIRROR

Madhabi Patel

Others

2  

Madhabi Patel

Others

କ୍ଷୋଭ

କ୍ଷୋଭ

1 min
14K


 ହସୁଥିଲା ଦିନେ ବଣ ପରବତ

ସ୍ଵର୍ଗୀୟ ସୁଷମା ଭରି।

ସାଗୁଆ ରଙ୍ଗର ପାଟ ଶାଢୀ ପିନ୍ଧି

ନୂଆବୋହୂଟିଏ ପରି।

କୁସୁମ ଲଟାରେ ସଜାଇ କବରୀ

ବିହଙ୍ଗମ ସୁର ଧରି।

କୁଳୁ କୁଳୁ ନାଦେ ସରୁ ଝରଣାଟି

ବର୍ଷସାରା ଯାଏ ଝରି।

ଆଜି ଏ ସୁଷମା କାହିଁ ହଜିଗଲା

ଗଛ ପତ୍ର ଗଲା କାହିଁ।

ଡୁଙ୍ଗୁରି ପର୍ବତ ହେଲା ସମତଳ

ଭୂଇଁରେ ଲୋଟୁଛି ଶୋଇ।

ବଣ ପଶୁପକ୍ଷୀ ବାସ ହରା ହୋଇ

ଜନ ବସତି ଭିତରେ।

ବୁଲୁଛନ୍ତି କ୍ଷୋଭ ନିରାଶା ଭିତରେ

ଖାଦ୍ୟ ଦ୍ରବ୍ୟ ଯୋଗାଡରେ।

ମାଧବୀ ପଟେଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍