କ୍ଷୋଭ
କ୍ଷୋଭ
1 min
14K
ହସୁଥିଲା ଦିନେ ବଣ ପରବତ
ସ୍ଵର୍ଗୀୟ ସୁଷମା ଭରି।
ସାଗୁଆ ରଙ୍ଗର ପାଟ ଶାଢୀ ପିନ୍ଧି
ନୂଆବୋହୂଟିଏ ପରି।
କୁସୁମ ଲଟାରେ ସଜାଇ କବରୀ
ବିହଙ୍ଗମ ସୁର ଧରି।
କୁଳୁ କୁଳୁ ନାଦେ ସରୁ ଝରଣାଟି
ବର୍ଷସାରା ଯାଏ ଝରି।
ଆଜି ଏ ସୁଷମା କାହିଁ ହଜିଗଲା
ଗଛ ପତ୍ର ଗଲା କାହିଁ।
ଡୁଙ୍ଗୁରି ପର୍ବତ ହେଲା ସମତଳ
ଭୂଇଁରେ ଲୋଟୁଛି ଶୋଇ।
ବଣ ପଶୁପକ୍ଷୀ ବାସ ହରା ହୋଇ
ଜନ ବସତି ଭିତରେ।
ବୁଲୁଛନ୍ତି କ୍ଷୋଭ ନିରାଶା ଭିତରେ
ଖାଦ୍ୟ ଦ୍ରବ୍ୟ ଯୋଗାଡରେ।
ମାଧବୀ ପଟେଲ।
