STORYMIRROR

Pranati Acharya

Others

3  

Pranati Acharya

Others

କ୍ଷଣସ୍ଥାୟୀ

କ୍ଷଣସ୍ଥାୟୀ

1 min
205


କେତେ କ୍ଷଣସ୍ଥାୟୀ ସତେ ଏ ଜୀବନ ଆଜି ଅଛି କାଲି ନାହିଁ 

ଅବଶେଷ ଆଉ ଅବସାଦ ଘେରା ସଂସାର କ୍ଷଣିକ ପାଇଁ ।। 

କେତେ ଯେ ଘଟଣା କେତେ ଦୁର୍ଘଟଣା ଆଲୋକ ଅନ୍ଧାର ଖେଳ 

ଆଶା ମରିଯାଏ ଦିନ ସରିଯାଏ ସବୁ ନାଟକ କେବଳ ।। 

ଜୀବନ ଯାତ୍ରାର ଲମ୍ବା ଗତିପଥ କେବେ ସିଧା କେବେ ବଙ୍କା 

ସଂସାର ମଧ୍ୟରେ ସଂସାରୀ ଜୀବନ ଲାଗେ ଖାଲି ପ୍ରହେଳିକା ।। 

ଜୀବନଟା କେବେ ପୂଣ୍ୟ ଯଜ୍ଞସ୍ଥଳ କେବେ ଚାତକର ତୃଷ୍ଣା 

କାହା ଭାଗ୍ୟ ଜୋର କିଏ ବା ନାଚାର ସବୁ ମାୟା ମୃଗତୃଷ୍ଣା ।। 

ଜୀବନ ଯାତ୍ରାର ଦୁର୍ଘଟଣା ସବୁ ମନରୁ ଦିଅ ଲିଭାଇ 

ଇତିହାସ ସାଥି ରହିଯିବ ଦିନେ ବହିବ ଜୀବନ ନଈ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍