STORYMIRROR

Prafulla Chandra Mishra

Others

2  

Prafulla Chandra Mishra

Others

କୃତ୍ତିବାସ ଜଣାଣ

କୃତ୍ତିବାସ ଜଣାଣ

1 min
14.2K


• କୃତ୍ତିବାସ ଜଣାଣ

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ଭୋଳା ମହେଶ୍ୱର ଶିବ ଶଙ୍କର ଜଟା ବିମଣ୍ଡିତ ଶଶାଙ୍କ ଧର

• ଗଣେଶ ପିଅର ତ୍ରୀଶୂଳ ଧର

• ଗଳେ କାଳସର୍ପ ଅସ୍ତି କଂକାଳ ରୁଦ୍ରାକ୍ଷ ଧାରଣ ଭଷ୍ମ ଲେପନ

• ଶ୍ରୀ ଗଙ୍ଗାଧର , ଭୋଳା ମହେଶ୍ୱର… ।।

• ହେ ମୃତ୍ୟୁଞ୍ଜୟ ବ୍ୟାଘ୍ର ଚର୍ମାମ୍ବର ଧର ଅଭୟ ଦାୟକ ଚନ୍ଦ୍ରଶେଖର

• କଇଳାଶ ବାସି ଚିର ସୁନ୍ଦର

• ବୃଷଧ୍ଵଜ ମହାଦେବ ଈଶ୍ବର ଅକର୍ମ କର୍ମ ଦାତା ଚଣ୍ଡି ମଙ୍ଗଳ

• ସତ୍ୟ ସୁନ୍ଦର ,କଳାରୁଦ୍ରମଣି , ଡମ୍ବରୁଧର

• ଭୋଳା ମହେଶ୍ୱର… ।।

• ମଣିମା ଶୁଣିମା ହେଉ ଦୁଃଖୀର ଗିର ପଶିଲି ଶରଣ ପୟରେ ତୁମର

• ପଡ଼ିଛି ବିଷମ କଷ୍ଟ ଠାକୁର

• ପ୍ରାଣୀଙ୍କ ଆରତ ଦୁଃଖ ଅପାର ସହି ହେଉନାହିଁ ଲାଗେ ବିକଳ

• ସୁଦୟା କର , ଭୋଳା ମହେଶ୍ୱର… ।।

• ରକତ ମାଉଁସ ଦେହକୁ ଧରି କୁହ ରୁଦ୍ର ମୁଁ ସହିବି ବା କିପରି

• ଆତୁରେ ପ୍ରଫୁଲ୍ଲ ଡାକେ ଠାକୁର

• କିଛି ଯଦି ପୂଣ୍ୟ ଅଛି ମୋହର ବିନିମୟରେ ନାଥ ମିନତୀ କରେ ହେ

• ଜଗତ ଉଦ୍ଧାର କର ବାମଦେବ , ସୁଦୟାକର

• ଭୋଳା ମହେଶ୍ୱର…. ।।




Rate this content
Log in