STORYMIRROR

Sabita Nayak

Others

3  

Sabita Nayak

Others

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
378

ମୁଁ ରାମଚନ୍ଦ୍ର

ରାତି ପାହିଲେ ରାଜା ହୋଇଥାନ୍ତି

ପିତୃସତ୍ୟ ପାଳି

କଲି ବନବାସ।


ରାଜାର କର୍ତ୍ତବ୍ୟ ପାଳି

ସତୀସାଧ୍ୱୀ ସୀତାଙ୍କୁ

ସତୀତ୍ୱର ପରୀକ୍ଷା ପାଇଁ

ଅଗ୍ନିରେ କରାଇଲି ପ୍ରବେଶ।


ତଥାପି ପ୍ରଜାଙ୍କ ମନରେ ସନ୍ଦେହ

କର୍ତ୍ତବ୍ୟ ନାଆଁରେ

ବଳିଦେଲି ମୋର ସୁଖସ୍ୱାଛନ୍ଦ୍ୟ

ଗର୍ଭବତୀ ପତ୍ନୀକୁ ମୋର

ଆଶ୍ରୟ ବାଲ୍କୀକ ଆଶ୍ରମ।

ପ୍ରଜାଙ୍କ ପାଇଁ କର୍ତ୍ତବ୍ୟ କରି କରି

ବୋଲାଇଲି ପୁରୁଷୋତ୍ତମ ମର୍ଯ୍ୟଦାପୁରୁଷ।


ମୁଁ ଧର୍ମରାଜ ଯୁଧିଷ୍ଠିର

କର୍ତ୍ତବ୍ୟ ଆଗରେ ମୋର

ସମସ୍ତେ ସମାନ

ନ୍ୟାୟ ଧର୍ମ ରକ୍ଷାକରିବା

କର୍ତ୍ତବ୍ୟ ମୋର।


କର୍ତ୍ତବ୍ୟ ନାଆଁରେ

ମୁଁ ଖେଳିପାରେ ପଶାକାଠି

ବଡ ସଉକ ମୋର

ହାରିଯାଏ ସବୁସମ୍ପତ୍ତି

ଶେଷରେ ଭାଇ ଆଉ ପତ୍ନୀକୁ

ବାଜିରଖି ମୁଁ କରିଯାଏ

ଦାସତ୍ୱର ସ୍ୱୀକାର।


ମୁଁ ଦେଖିପାରେ

ସମସ୍ତ ଯୋଦ୍ଧାଗଣଙ୍କ ସମ୍ମୁଖରେ

ମୋ ପତ୍ନୀର ବିବାସନା ହେବାର ଦୃଶ୍ୟ

କର୍ତ୍ତବ୍ୟ ଓ ଧର୍ମ

ହାତପାଟି ବାନ୍ଧି ଦିଏ ମୋର

ଅସୀମ ଯୋଦ୍ଧା ମୁଁ

ଧର୍ମରକ୍ଷା ମୋର କର୍ତ୍ତବ୍ୟ।


ମୁଁ ମହାବୀର କର୍ଣ୍ଣ

ବନ୍ଧୁପ୍ରତି ସମର୍ପିତ

ଚୁପ୍ ରହି କରେ ଅନ୍ୟାୟକୁ ସମର୍ଥନ

ଧର୍ମର ଯୁଦ୍ଧରେ

ଅଧର୍ମର ଚକ୍ରବୁହେ

କରେ ନିଜରକ୍ତ

ଅଭିମନ୍ୟୁର ବଧ।


କର୍ତ୍ତବ୍ୟ ଓ କର୍ମ ସାଥେ ବନ୍ଧା ଏ ଜୀବନ

ନିଜ ଭାଇଙ୍କ ସାଥେ ଲଢି

ବନ୍ଧୁପାଇଁ ଦେଲି ପ୍ରାଣ

ମୁଁ ମହାବୀର କର୍ଣ୍ଣ।


ମୁଁ ପ୍ରେମମୟ କୃଷ୍ଣ

ସଦା କର୍ମର ଅଧୀନ

ହସି ହସି ପିଇଗଲି ସମସ୍ତ ଦୁଃଖକୁ

ତ୍ୟାଗଦେଇ ମୋ ପ୍ରେମ

ଗୋପପୁର ମଥୁରା ଦ୍ୱାରକା

ସବୁଠି ମୋ ଜୟଜୟକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍