STORYMIRROR

Bunee Tripathy

Others

4  

Bunee Tripathy

Others

କର୍ତ୍ତବ୍ଯ

କର୍ତ୍ତବ୍ଯ

1 min
449


ଲମ୍ବି ତ ଯାଇଛି ଆଗକୁ ତୋହର

ସୀମାହୀନ ସରହଦ

କର୍ମ କରିଯିବୁ ଥକିବୁନି କେବେ

ମନେ ନ ଆଣିଣ ଖେଦ।


କର୍ମର ମନ୍ତ୍ରରେ ହୋଇଣ ଦିକ୍ଷିତ

କର୍ମ ଏକା କରୁଥିବୁ

ବରଷା ବତାସ ଆସୁଥିବ ନିତି

ମାଟିର ପୁଅତୁ ହେବୁ।


ବୋହି ପଡୁଥିବ ଦେହୁ ଶ୍ରମଝାଳ

ରକତ ନିଗାଡି ଦେବୁ

ସେହି ରକତର ବିନ୍ଦୁ ବିନ୍ଦୁ ଟୋପା

ସ୍ବାକ୍ଷର ହୋଇବ ସବୁ।


କର୍ତ୍ତବ୍ୟ ଆଗରେ ସମ୍ପର୍କ ତ ତୁଚ୍ଛ

ହେଜି ମନେ ରଖିଥିବୁ

ଦୁଇବାହୁ ତୋର ଚଳନ୍ତା ମେସିନ

ଖାଦ୍ଯମୁଠେ ଦେଉଥିବୁ।


କର୍ତ୍ତବ୍ୟ ଆମର ସାକ୍ଷାତ ଈଶ୍ବର

ପୂଜୁଥିବା ନିତିନିତି

ତା ବିନା ମିଳେନା ଅନ୍ନର ଖୋରାକ

ଯାଉଥାଏ ଦିନ ବିତି।


ଖଟିଖିଆ ସିଏ ମୂଲ ତାର ଏକା

ପେଟ ଚାଖଣ୍ଡଙ୍କ ପାଇଁ

ନିଜ ପେଟ ପାଇଁ ଖଟୁଥାଏ ସିନା

ଆମ ପେଟେ ଦାନା ଦେଇ।


କର୍ମକୁ ଚିହ୍ନିଛି ଯେଉଁ ନର ଥରେ

ଦୁନିଆଁକୁ ଜିତିଯାଏ

କର୍ମର ମହତ୍ତ୍ବ ବଡ ଏ ସଂସାର

କର୍ତ୍ତବ୍ୟକୁ ଚିହ୍ନି ଥାଏ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍