STORYMIRROR

jagabandhu sahu

Others

3  

jagabandhu sahu

Others

କୃଷ୍ଣ ତୁମ ଆଗମନେ

କୃଷ୍ଣ ତୁମ ଆଗମନେ

1 min
174

ଉଠୁଛି ପଡୁଛି  ଗୋପ ଗାଆଁ ଦାଣ୍ତ

   କୃଷ୍ଣ ତୁମ ଆଗମନେ

ଗୋପ ଗୋପାଳୁଣୀ ନାଚନ୍ତି ଆନନ୍ଦେ

  ଖୁସି କେତେ ତାଙ୍କ ମନେ


ଯମୁନା ଚାହିଁଛି  ବାଟକୁ ତୁମର

  କେବେ ଗୋ ଆସିବ ତୁମେ

ପାଦ ସ୍ପର୍ଶ ତୁମ ଲାଭିବାକୁ ଯମୁନା

   ଚାହିଁଛି ଏକ ନୟନେ


ଗୋପଦାଣ୍ତ ଧୂଳି ବ୍ୟାକୁଳ ହେଲାଣି

  କେବେ ଦେବ ପାଦ ଥାପି

ତୁମ କୁନି କୁନି ପାଦ ସ୍ପର୍ଶ ପାଇ

  ଲଭିବ ବୋଲି ଯେ ଶାନ୍ତି


ନନ୍ଦରାଜା ଘର ସରଗ ସମାନ

  ତୁମେ ସେଠି ଚକା ଜହ୍ନ

ଯୋଶଦା ମାଆର ଅନ୍ଧର ଲଉଡି

  ତୁମେ ହେ ନନ୍ଦନନ୍ଦନ


ପୁତନା ବଧିବ ଥନୁ ଖାଇ କ୍ଷୀର

  ସଙ୍ଗେ ବକା ଆଉ ଅକା

ମାନବିୟ ଲୀଳା ରଚିବ ଗୋପରେ

  ଗୋପାଳଙ୍କୁ କରି ସଖା


ରାଧା ମାଇଁ ମନ ଚୋରି ଯେ କରିବ

  ମୀରା ହେବ ପ୍ରେମେ ବାଇ

କଦମ୍ବ ମୂଳରେ ରାସ ଯେ ରଚିବ

   ସାଥେ ଥିବ ପୁଣି ରାଇ



Rate this content
Log in