କୃଷ୍ଣ ତୁମ ଆଗମନେ
କୃଷ୍ଣ ତୁମ ଆଗମନେ
ଉଠୁଛି ପଡୁଛି ଗୋପ ଗାଆଁ ଦାଣ୍ତ
କୃଷ୍ଣ ତୁମ ଆଗମନେ
ଗୋପ ଗୋପାଳୁଣୀ ନାଚନ୍ତି ଆନନ୍ଦେ
ଖୁସି କେତେ ତାଙ୍କ ମନେ
ଯମୁନା ଚାହିଁଛି ବାଟକୁ ତୁମର
କେବେ ଗୋ ଆସିବ ତୁମେ
ପାଦ ସ୍ପର୍ଶ ତୁମ ଲାଭିବାକୁ ଯମୁନା
ଚାହିଁଛି ଏକ ନୟନେ
ଗୋପଦାଣ୍ତ ଧୂଳି ବ୍ୟାକୁଳ ହେଲାଣି
କେବେ ଦେବ ପାଦ ଥାପି
ତୁମ କୁନି କୁନି ପାଦ ସ୍ପର୍ଶ ପାଇ
ଲଭିବ ବୋଲି ଯେ ଶାନ୍ତି
ନନ୍ଦରାଜା ଘର ସରଗ ସମାନ
ତୁମେ ସେଠି ଚକା ଜହ୍ନ
ଯୋଶଦା ମାଆର ଅନ୍ଧର ଲଉଡି
ତୁମେ ହେ ନନ୍ଦନନ୍ଦନ
ପୁତନା ବଧିବ ଥନୁ ଖାଇ କ୍ଷୀର
ସଙ୍ଗେ ବକା ଆଉ ଅକା
ମାନବିୟ ଲୀଳା ରଚିବ ଗୋପରେ
ଗୋପାଳଙ୍କୁ କରି ସଖା
ରାଧା ମାଇଁ ମନ ଚୋରି ଯେ କରିବ
ମୀରା ହେବ ପ୍ରେମେ ବାଇ
କଦମ୍ବ ମୂଳରେ ରାସ ଯେ ରଚିବ
ସାଥେ ଥିବ ପୁଣି ରାଇ
