Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Mohalik

Abstract

3  

Sarat Mohalik

Abstract

କୃଷ୍ଣ ଚୁଡାର ଛାଇପଡିଲେ .

କୃଷ୍ଣ ଚୁଡାର ଛାଇପଡିଲେ .

1 min
207


କୃଷ୍ଣଚୁଡାର ଛାଇ ପଡିଲେ 

ପୋଖରୀ ତୁଠରେ 

ତୁମେ ଆସ ଗାଧୋଇ-

ହଳଦୀ ମାଖୀ , ଫୁଲ ପକା ଶାଢ଼ୀଟିଏ ପିନ୍ଧି 

ଫଙ୍ଗଳା ପାଦରେ 

ମନ୍ଦିର ପାଖ ବଗୁରି ବଣ ରାସ୍ତାରେ ।

କୃଷ୍ଣଚୁଡାର ଛାଇ ପଡିଲେ ପୋଖରୀ ତୁଠରେ ।


ତୁମେ କେବେଠୁ ଭୁଲିଛ ତୁମ ଚଲା ପଥ

ନାଁ ତୁମେ କେବେ ନେଇଛ ଖବର 

ନାଁ ମୁଁ କେବେ ଦେଇଛି ଖବର ,

ନାଁ ସୁଖରେ , ନାଁ ଦୁଃଖରେ 

ନାଁ ସମୟରେ ନାଁ ଅସମୟରେ ।


ସଜାଇ ରଖିଛି ତୁମ ଖୁସି ସବୁ 

ଏଇ ମୋର ଛୋଟ ହୃଦୟରେ ,

ପଢିବାକୁ କେବେ ଚେଷ୍ଟାଜେ କରିନ 

ମୋର ଭାବନା, ଭାଷାକୁ ଥରେ ।


ଚାଲିଗଲ କେଉଁ ଅଫେରା ନୀଡ଼କୁ 

 ନିଜ ଅସ୍ତିତ୍ବର ଅନୁସନ୍ଧାନରେ ,

ଆଜିବି ଚାହିଁଚି ଚାତକ ପରି ,

ଜୀବନ ଗଳିର ଛାଇ ଆଲୁଅରେ

ତୁମେକି ଫେରିବ ଅଭିମାନୀ ନଦୀ ତୀରେ 

କୃଷ୍ଣ ଚୁଡାର ଛାଇ ପଡିଲେ ପୋଖରୀ ତୁଠରେ  ।



Rate this content
Log in

Similar oriya poem from Abstract