STORYMIRROR

Dipti lekha Mishra

Others

3  

Dipti lekha Mishra

Others

କର୍ଫ୍ୟୁଦିନ -୩

କର୍ଫ୍ୟୁଦିନ -୩

1 min
149


ଯେତିକି ରୋଗ ବ୍ୟାଧି

ଅଛି ଦୁନିଆରେ

ସମସ୍ତଙ୍କୁ ଏ ମାନବଜାତି

ଆଜି ଭୟ କରେ ॥


ରୋଗ ଦେଖେନା ଚାଳଘର

କି ଟିଣ,ଛାତଘର

ଦେଖେନାହିଁ ସେ ଧନୀ ଗରୀବ

ଜାତି କି ଗୋତର ॥


ରୋଗ ଦେଖେନାହିଁ ରଙ୍ଗଭେଦ

କିଏ କଳା ଗୋରା

ଦେଖେନାହିଁ ସେ ସଜୀବ ନିର୍ଜୀବ

ଘୁରେ ସଂସାରସାରା ॥


ଯୋଗୀ ଦେଖେନାହିଁ କି ଭୋଗୀ

ପଶେ ଶରୀର ଭିତରେ

ମନ୍ତ୍ରୀ କି ଭିକାରୀ ଜାଣିନି କାହାକୁ

ଡାକ୍ତରକୁ ବି ମାରେ ॥



Rate this content
Log in