STORYMIRROR

Samita Swain

Others

3  

Samita Swain

Others

କୃପାକର ବାବା

କୃପାକର ବାବା

1 min
291


ହେ ଶିବ ଶଙ୍କର ଭୋଳା ମହେଶ୍ଵର 

କୃପାକର କୃପାକର 

ଆଜି ପୁଣ୍ଯ ତିଥି ପବିତ୍ର ଜାଗର

ଜଗତର ଦୁଃଖ ହର।।


ଚନ୍ଦ୍ରଚୂଡ ପ୍ରଭୁ ହେ କୈଳାସବାସୀ 

କୋପେତପେ ଦେଇ ବର

ତ୍ରିନୟନେ ତୁମେ ତ୍ରିଭୁବନ ଦେଖ

ସର୍ବବ୍ଯାପି ଶକ୍ତିଧର।।


ହେ ଚନ୍ଦ୍ରଶେଖର ତୁମେ ଗଙ୍ଗାଧର 

ଅରଖ,ଗୟଶ ହାର 

ମନ୍ଦାର ,ଟଗର,ଚମ୍ପା,କନିଅର

ସବୁଠୁ ପ୍ରିୟ ତୁମର।।


ମହା ଯୋଗେଶ୍ବର ତୁମେ ଦିଗମ୍ବର 

ପ୍ରଭୁ ତୁମେ ହରିହର 

ପାର୍ବତୀ ପତି ଦେବ ଭୂତନାଥ 

ସର୍ପ ତୁମ ଗଳା ହାର।।


ହେ ଡମ୍ବରୁଧର ତୁମେ ସର୍ବେଶ୍ବର 

ଶିବ ଶମ୍ଭୁ ନିରାଧାର 

ତୁମେ ବିଶ୍ବନାଥ ବାବା ସୋମନାଥ 

ଧ୍ଯାନ ମଗ୍ନ ଯୋଗୀବର।।, 


ତାତ ସଦାଶିବ ହେ ସତ୍ୟ ସୁନ୍ଦର

ଉମାଧବ ସୁରେଶ୍ବର 

ନୀଳକଣ୍ଠେଶ୍ବର ଆହେ ଶୂଳଧର

ଶ୍ମଶାନେ ତୁମେ ବିହର।।


ହେ ମଙ୍ଗଳମୟ ପିନାକ ହସ୍ତାୟ

ଆଶୁତୋଷ ଶଶଧର

ଓଁ ନମଃ ଶିବାୟ ଜୟ ମୃତ୍ୟୁଞ୍ଜୟ

ପ୍ରଣମାମି ମୁକ୍ତିଶ୍ବର।।


ହେ ଶିବ ଶଙ୍କର ତ୍ରୈଲୋକ୍ଯ ଠାକୁର

କୃପାକର କୃପାକର 

ଉଜାଗରେ ରହି ଜାଳୁଛି ଜାଗର

ମୁକ୍ତି ଦିଅ ମହେଶ୍ଵର।।


 

      


Rate this content
Log in