STORYMIRROR

Samita Swain

Others

3  

Samita Swain

Others

କରୋନାର କରାଘାତ

କରୋନାର କରାଘାତ

1 min
360


 

ରାତି ପାହିଲାଣି ଉଠ ସର୍ବଜନେ

   ଜାଗ୍ରତ ହୋଇଯାଅ

ନିଶ୍ଚଳ ହୋଇକି ଗଭୀର ନିଦ୍ରାରେ

  କାହିଁକି ଶୋଇଛି କୁହ।


କରୋନା କରୁଛି ଏବେ କରାଘାତ

   ଦରଜାକୁ ଖୋଲି ଦେଖ

ସାବଧାନ ହୋଇ ପ୍ରତିରୋଧ କର

   ଦୂରତା ବଜାୟ ରଖ।


ସାରା ବିଶ୍ବ ଟା ଯେ କରୋନା କବଳେ

   ସଂକ୍ରମିତ ହେଉଅଛି 

ଘାତକ ସାଜି ସେ ଆତଙ୍କିତ କରି 

   ଶେଷରେ ପ୍ରାଣ ନେଉଛି ।


ଥଣ୍ଡା ଜ୍ବର ସହ ହୁଏ ଛିଙ୍କ ଖାସ

  ନାହଁ ତା ପ୍ରତିଷେଧକ 

ସ୍ବଚ୍ଛତା ସହିତ ସତର୍କ ରହିବା 

    ନିହାତି ଯେ ଆବଶ୍ୟକ ।


ବାରମ୍ବାର ଯେବେ ହାତକୁ ଧୋଇବା

    ଆଖି ନାକ ନ ଛୁଇଁବା

ସନ୍ଦେହ ଆସିଲେ ହସ୍ ପିଟାଲ ଯାଇ

   ପରୀକ୍ଷା କରାଇ ନେବା।


ବହୁଲୋକ ମେଳି ନ କରି ଗହଳି 

    ଏମିତି ଭାବରେ ଚଳି

ପରିବେଶ ସଦା ପରିଚ୍ଛନ୍ନ ରଖି

   ପାଳିବା ନିୟମାବଳୀ।


ଏମିତି କରିଲେ କରୋନା ଭୁତାଣୁ 

   ପାଖକୁ ସେ ନ ଆସିବ 

ଆକ୍ରାନ୍ତ ଙ୍କ ସଂଖ୍ଯା ବୃଦ୍ଧି ନ ପାଇ କି

   ଆପେ ଆପେ କମିଯିବ ।


ସଠିକ୍ ଉପାୟ ଆପଣେଇ ଆମେ

   କଟକଣା ସବୁ ମାନି

ସହଯୋଗ ସହ ରହିବା ସଜାଗ

   କି ଗରିବ ଅବା ଧନୀ।


ସର୍ବ ଶ୍ରେଷ୍ଟ ପ୍ରାଣୀ ବୋଲାଏ ମାନବ

   ଶକ୍ତି ତାର ଗଲା କାହିଁ

କେତେ ଅସହାୟ ଲାଗୁଛି ସେ ଏବେ

   କରୋନା ଭୁତାଣୁ ପାଇଁ।


ଆହ୍ବାନ ଭାବରେ ଗ୍ରହଣ କରିକି 

    ମୁକାବିଲା ତା କରିବା 

ଧୈର୍ଯ୍ଯ ଓ ସାହସ ସଂଚୟ ସହିତ 

   ସ୍ଥିତି ଆମେ ସୁଧାରିବା।


ସଚେତନ ବାର୍ତ୍ତା ଦେଉଛି ପ୍ରକୃତି 

    ଏ ମୂଢ ମାନବ ପାଇଁ 

ବିପର୍ଯ୍ୟୟ ସହ ଆସୁଛି ବିପଦ 

    ନିଦ୍ରା ଭାଙ୍ଗି ଉଠଚେଇଁ ।


ପ୍ରକୃତି ନେଉଛି ପ୍ରତିଶୋଧ ତାର 

   ମହାମାରୀ ରୂପ ନେଇ 

ବିଡମ୍ବନା ଏହା ମଣିଷ ପାଇଁ କି

   ଏଥିରେ ସନ୍ଦେହ ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍