କରୋନାକୁ ଚିଠି
କରୋନାକୁ ଚିଠି
ପ୍ରିୟ କରୋନା,
ଘେନ ମୋର ନମସ୍କାର
ମନେ ଘେନି ଆଶା
ଆସିଥିଲ ପରିଭ୍ରମଣେ
ପରିବ୍ରାଜକର ରୂପ ନେଇ
କିନ୍ତୁ ସୃଷ୍ଟି କଲ ବିଭୀଷିକା
ଏ ସାରା ଭୂଖଣ୍ଡ ଭୂଇଁ।
ଅନ୍ତରରେ ଭରିଥିଲ ବିଷ
ଗୋପନରେ ହୋଇ ଆନ୍ଦୋଳିତ
ଦଂଶନ କରିଲ ପ୍ରତିଟି ମାନବେ
ଜର୍ଜରିତ ତୁମ ବିଷେ
ମର୍ମାହତ ଅବା ମୃତାହତ
ଏ ସାରା ଜଗତ।
ହେ କରୋନା, କି ଦୋଷ କରିଥିଲା
ଏହି ନିରୀହ ଜନତା
କାହିଁ ପାଇଁ ତିଳ ତିଳ କରି
ଜଳୁଛି ତୋ ବିଷର ଜ୍ୱାଳାରେ
ଆସିଥିଲ ବୁଲିବାକୁ ତୁମେ
କଲ କିନ୍ତୁ ସର୍ବନାଶ
ତଥାପି ସହିଲୁ ଆମେ
ତୁମର ସେ ପରାଭବ।
କରୁଛି ମିନତୀ ନିଅହେ ବିଦାୟ
ତୁମ ନାଗଫାଶ ବନ୍ଧନରୁ
କର ହେ ମୁକତି
ଏ ସାରା ଭୂଖଣ୍ଡ,
ହାହାକାର ପଡୁଛି ଜଗତେ
ତୁମେ ଯେ ଶକ୍ତିମାନ
ହେଲ ବିବେଚିତ
ତୁମ ଶକ୍ତି ଆଗେ କଲୁ ମଥା ନତ।
ଫେରିଯାଅ ଫେରିଯାଅ ତୁମର ସ୍ଥାନକୁ
ବଞ୍ଚିବାକୁ ଦିଅ ଆମକୁ କରୋନା
ନେଇଅଛ ଲକ୍ଷ ଲକ୍ଷ ମୁଣ୍ଡ
ଆଉ କିବା ଲୋଡା ତୁମକୁ
ତୁମ ରୋଷ ଆଗେ ପଡିଲୁଣି ବଳି
ତୁମେ ଲିପିବଦ୍ଧ ଇତିହାସ ବକ୍ଷେ
ରହିଛ ରହିଥିବ ଅମର ଯୁଗେଯୁଗେ
ଏକ ମହାକ୍ରମୀ ମହାମାରୀ
କରୋନା ରୂପରେ।
ଇତି
ବୁନୀ ତ୍ରିପାଠୀ
୭୩୭୭୯୦୭୬୬୭