କରୋନା
କରୋନା
କଦମ୍ବ ଫୁଲିଆ ଧୁତୁରା ଫଳିଆ
କରୋନା ଭୂତାଣୁ ତୁହି
କେଉଁଠି ଜନ୍ମିଲୁ କାହିଁକି କହ ଟି
ଆସିଛୁ ଧରାକୁ ଧାଇଁ ।
ମହୀର ପ୍ରଗତି ଆଉ ତା ଉନ୍ନତି
ହେଲାକି ତୋର ବଇରୀ,
କାୟା ବିସ୍ତାରିଛୂ ବିଶ୍ଵକୁ ଘାରିଛୁ
ମଣିଷ ଦେଉଛୁ ମାରି ।
ଜାଣି ନାହୁଁ କିବା ମଣିଷ ଜାତିଟା
ସ୍ରଷ୍ଟାଙ୍କ ଉତ୍ତମ ସୃଷ୍ଟି,
ଅବା ଜାଣିଶୁଣି ସେ ସୃଷ୍ଟି ଉପରେ
ପକାଇଛୁ ହୀନ ଦୃଷ୍ଟି ।
ସବୁ ଦେଖୁଛନ୍ତି ସବୁ ଜାଣିଛନ୍ତି
ପ୍ରଭୁ ଶ୍ରୀ ବିଶ୍ଵନିୟନ୍ତା ,
ତାଙ୍କ କୋପ ଦୃଷ୍ଟି ପଡିଲେଉପରେ
ନିଶ୍ଚେ ଜାଳିବେ ତୋ ଚିତା ।
ପ୍ରଭୁ କୋପ ପାଇଁ କୁରୁ କୁଳ ନାଶ
ସ୍ଵର୍ଣ୍ଣ ଲଙ୍କା ହେଲା ଧ୍ଵଂସ,
ତୁ ଯଦି ନହଟୁ ସ୍ରଷ୍ଟାଙ୍କ ସୃଷ୍ଟିରୁ
ନାଶିବେ ତୋହର ବଂଶ ।
ମୋର କଥା ଶୁଣି ଛାଡିଯା ଧରାରୁ
କରୋନା ଭୂତାଣୁ ତୁହି,
କଦମ୍ବଫୁଲିଆ ଧୁତୁରା ଫଳିଆ
ନରୁହ ମହୀରେ କେହି ।
ପ୍ରଭୁ ବିଶ୍ଵପତି କରୁଛୁଁ ବିନତୀ
ତୁମେ ରଖ ତୁମ ସୃଷ୍ଟି ,
କଦମ୍ବ ଫୁଲିଆ ଯାଉ ଏ ଧରାରୁ
ହଟି ଯାଉ ହୀନ ଦୃଷ୍ଟି ।