।।କରୋନା।।
।।କରୋନା।।
କରୋନା କହୁଛି ଶୁଣରେ ମୁନା,
ପଛରେ ଅଠାସେ ମୁଁ ଉଡେଇ ବାନା।
ତୋ ପଛରେ ମୁହିଁ ଆସଇ ବୋଲିି,
ଧାଇଁ ଧାଇଁ ତୁହି ଯାଉଛୁ ଚାଲି।
ଧାଇଁ ଧାଇଁ ତୁହି କୁଆଡେ଼ ଯିବୁ,
ମୋଠାରୁ କି ତୁହି ବଂଚିପାରିବୁ।
ତୋରି ଚାରିପଟେ ଵୁଲେ ମୁଁ ନିତି,
ହେଲେ ପାରେନାହି ପଶି ତୋରି କତି।
କେଜାଣିକାହିଁକି ପାରୁନି ପଶି,
କି କବଚ ତୁହି ଧରିଛୁ ବସି।
ହସି କହେ ମୁନା ଶୁଣ କରୋନା,
ପଶିପାରିବୁନି ମୋ ପାଖେ ସିନା।
କରୋନା ନିୟମ ମାନୁଛି ମୁଁହି,
ଘରୁ ବାହାରକୁ ଯାଏ ତ ନାହିଁ।
ଯଦି କିଛି କାମ ପଡେ ନିହାତି,
ମାସ୍କ ପିନ୍ଧି ମୁଁହି ବାହାରେ ନିତି।
ଲୁଗାପଟା ମୋର ସ୍ଵଚ୍ଛ ରଖଇ,
ସାବୁନ ରେ ନିତି ହାତ ଧୁଅଇ।
ଘର ଫାଟକରେ ଗୋଟିଏ ବାଲଟି,
ପାଣି ଭର୍ତ୍ତି କରି ରଖି ଦିଏଟି।
ସାବୁନ ଗୋଟିଏ ତାହାରି ପାଶେ,
ରଖିଦେଇ ମୁଁହି ଚଳିଣ ଅଠାସେ।
ପ୍ରବେଶ କରିବା ପୂର୍ବରୁ କେହି,
ହାତ ଧୋଇବାକୁ ଦିଏ ମୁଁ କହି।
ଗହଳି ଜାଗାଠୁ ଦୂରରେ ରୁହେ,
ନିକଟରେ ପଶେ ନାହିଁ କେବେ ହେଁ।
ଗରମ କରିଣ ଖାଦ୍ୟକୁ ଖାଏ,
ଥଣ୍ଡା ଜିନିଷକୁ ଜମା ନ ଛୁଏଁ।
କାଢ଼ା ବନାଇଣ ନିଇତି ପିଏ,
ରୋଗପ୍ରତିରୋଧ ଶକ୍ତି ବଢାଏ।
କରୋନା ଶୁଣିଣ ଏ ସବୁ କଥା,
ମନରେ ତାହାର ହେଲା ଯେ ବ୍ୟଥା।
ମନ ଦୁଃଖ କରି ଚାଲିଣ ଗଲା,
ପଛକୁ ଆଉ ନ ଫେରି ଚାହିଁଲା।
ମୁନା ମନ ଏବେ ବହୁତ୍ ଖୁସି,
ବିଦାୟ ଦେଲା ତା ଦୁଆରେ ବସି।
ମୁନା ପରି ଆମେ ସବୁ ଚଳିବା,
କରୋନାକୁ ନିଶ୍ଚେ ବିଦାୟ ଦେବା।