କରୋନା
କରୋନା

1 min

62
କରୋନା ବୁଲୁଚି, ଘରେ ବାହାରେ
ଲଖ୍ମଣ ରେଖା , ଦାଣ୍ଡ ଦୁଆରେ ।
ଆମରି ଜୀବନ , ଆମ ହାତରେ
ସୁରକ୍ଷିତ ରୁହ , ଘର ଭିତରେ ।
ଆସ ଆସ ସର୍ବେ , ଶପଥ ନେବା
କରୋନା ରୋଗକୁ , ଦୂରେଇ ଦେବା ।
ଲଖ୍ମଣ ରେଖାକୁ , ଯଦି ଡେଇଁଵ
କରୋନା ତୁମକୁ , ନିଶ୍ଚେ ଗ୍ରାସିବ ।
ହାରିବ କରୋନା , ଜିତିବ ଦେଶ
ସବୁରି ମୁଂହରେ , ଫୁଟିବ ହସ ।
ଦେଶ ଓ ଜାତିର , ସୁରକ୍ଷା ପାଈଁ
ଘରୁ ବାହାରନି , ଭଉଣୀ ଭାଇ ।
ମରଣ ସହିତ , ସଂଗ୍ରାମ କରି
ସେବା କରୁଛନ୍ତି ଯୋଦ୍ଧା ଆମରି ।
ସେମାନଙ୍କ ପାଈଁ , କର ପ୍ରାଥନା
ତାଙ୍କରି ଦେହକୁ , ଡରୁ କରୋନା ।