STORYMIRROR

Sanatan Mahakud

Others

3  

Sanatan Mahakud

Others

କରୋନା Prompt 12

କରୋନା Prompt 12

1 min
11.5K


କରୋନା କରୋନା ଚ଼ିତ୍କାର କରନା

ଲାଗୁଅଛି ଭାରି ଡ଼ର ,

ସାରା ବିଶ୍ବ ଆଜି ଚ଼କିତ ହେଉଛି 

ନାମ ଶୁଣିକରି ତା'ର


ସଚ଼େତନ ହୁଅ ଭୟରେ ରୁହନା

ନଯା' ଥିଲେ ବେଶି ଲୋକ ,

ମଇଳା ହାତରେ କିଛି ବି ଛୁଅଁନା

ଆଖି - ପାଟି ଆଉ ନାକ


ଥଣ୍ଡା - ଛିଙ୍କ - କାଶ - ଛାତି ବ୍ଯଥା ହେଲେ

ଡ଼ାକ୍ତରୀ ଚ଼ିକିତ୍ସା କର , 

ଦିନରେ ଅନେକ ଥର ହାତ ଧୋଇ

ମୁହଁ - ଦେହ ସଫା କର


ପିଲା ଓ ବୁଢ଼ାଙ୍କୁ ନଜରରେ ରଖ

ସେଇଠି ଅଧିକ ଡ଼ର ,

ରୋଗ ପ୍ରତିରୋଧ କ୍ଷମତାରେ ପରା

ନୁହଁନ୍ତି ଏ ପାରିବାର


ବଇଦ ଜାଣିନି ଚ଼ିକିତ୍ସା ତାହାର

ଘୂରିଯାଏ

ମଥା ଆମ ,

ଦଇବକୁ ଯାଇ ଗୁହାରି କରିଲେ

ହୋଇପାରେ କିଛି କାମ


ନିଜେ ବଞ୍ଚିଲେ କି ସଂସାର ଚ଼ାଲିବ

ବିନା ଜୀବ ଜଗତର ,

ପଶୁ - ପକ୍ଷୀ - ବୃକ୍ଷ ସଭିଏଁ ବଞ୍ଚିବେ

ଏହା ତାଙ୍କ ଅଧିକାର


ସତର୍କରେ ରୁହ ସଚେ଼ତନ ଥାଅ

ହେଜରେ ମାନବ ହେଜ ,

ପ୍ରକୃତି ତାହାର ତାଣ୍ଡବ କରୁଛି 

ହୋଇଯାଅ ସଜବାଜ


ବିଜ୍ଞାନୀ ଜଗତ ଦିନରାତି ଲାଗି

କରୁଛନ୍ତି ଅନ୍ବେଷଣ ,

ନିଶ୍ଚୟ ଉପାୟ ହୋଇଯିବ ଥୟ

କରୁଛି ଆଶା ପୋଷଣ


ସତେଜ ଖାଇଣ ସଚେ଼ତନ ରୁହ

ହେବ ନିଶ୍ଚେ ନିରାମୟ ,

ପାଖକୁ ନଯାଇ ବହୁଦୂରୁ କୁହ

ହାୟରେ ଚ଼ାଇନା ହାୟ



Rate this content
Log in