STORYMIRROR

Sadananda Sahoo

Others

3  

Sadananda Sahoo

Others

କରୋନା କୁ ଡରନା

କରୋନା କୁ ଡରନା

1 min
194


ବିଦେଶୀ ଜୀବାଣୁ ସତେ ପରମାଣୁ 

     ସତର୍କ ରୁହ ସଭିଏଁ , 

ପ୍ରତିକାର ପନ୍ଥା ସର୍ବୋତ୍ତମ ଆସ୍ଥା 

    ଭାରତୀୟ ଆପଣାଏଁ ॥ 


ନାକ ଓ ମୁଖକୁ ଢାଙ୍କି ରଖିବାକୁ  

     ଭୁଲିତ ଯିବନି କେହି , 

ବଜାର ଘାଟକୁ ଗହଳି ସ୍ଥାନକୁ 

    ପରିତ୍ୟାଗ କରଭାଇ  ॥ 


ଡାକ୍ତରୀ ବିଜ୍ଞାନ ଉଦ୍ଭାବନେ ମନ 

    କରୋନା ନାଶକ ଟିକା , 

ଅଦ୍ୟାବଧି କିନ୍ତୁ ଭେଷଜ ଶାସ୍ତ୍ରରୁ 

    ଉଦ୍ଧୃତ ହୋଇନି ଊର୍ଜା ॥ 


ସେଥି ପାଇଁ ଭୟ ଲାଗେ ଭାରି ଡର 

     ପ୍ରତିକାର  ରକ୍ଷାମନ୍ତ୍ର , 

ସଚେତନ ହୋଇ ରହିବ ଦୂରେଇ 

     ଖୋଲି ଭାରତୀୟ ଶାସ୍ତ୍ର ॥ 


ହସ୍ତ ପ୍ରକ୍ଷ୍ଯାଳନ କର ବାରମ୍ବାର  

   ସାକାହରୀ ଖାଦ୍ୟ ଭକ୍ଷ , 

ଯୋଗପ୍ରାଣାୟାମ କରହେ' ବ୍ୟାୟାମ 

   ରୋଗ ମାଡିବନି ପାଖ ॥ 


ଯଦିକେହି ଜନ ରୋଗେ ପ୍ରପୀଡ଼ିତ 

    ଲୁଚାଇ ରଖନା କେହି , 

ରକତ ପରୀକ୍ଷା କରିବ ସହସା 

    କରୋନା ଅଛିକି ନାହିଁ ॥ 


ନହେଲେ ଅନ୍ୟଥା ବ୍ୟାପି ଯିବପରା 

    ସର୍ବେହେବେ ମୃତ୍ୟୁଗାମୀ , 

ଏରୋଗ ଭାଇରସ ମହାମାରୀ ବିଷ 

     ରହିବେନି ପାପି ଧର୍ମୀ ॥ 

   

କରୋନା ଜୀବାଣୁ କରିଦିଏ ସ୍ଥାଣୁ  

    ମହା ପ୍ରାଣଘାତି ରୋଗ ,

ଥଣ୍ଡା ଜର କାଶ ମଥାରେ ପରାଶ

    ଲକ୍ଷଣ ମୃତ୍ଯୁର ଭାଗ ॥ 


ଚୀନ ଦେଶହିଁ ଏ'ରୋଗର ଜନକ 

     ବିଶ୍ଵବାସୀ ଆତଙ୍କିତ , 

ଏ'ନୂଆରୋଗ  ଜୀବାଣୁ ବାହକ 

   ସ୍ପର୍ଶକଲେ ବ୍ୟାପେ ସତ ॥ 


ପଶୁ ହତ୍ୟାକାରୀ କ୍ଷମାର ବଇରୀ 

     ସର୍ବଗିଳା ଚୀନବାସୀ , 

ଯୋକ ଠାରୁ ପୋକ ବିଷଧର ସର୍ପ 

     ଭକ୍ଷଣ କରନ୍ତି ହସି ॥ 


ଉହାନ ସହର ଢାଳିଲା  ଜହର 

    ପଶୁପକ୍ଷୀ ଭାଇରସ , 

କଞ୍ଚାମାଂସ ସାଥୀ ଚୀନା ଅଧିବାସୀ 

    ମୃତ୍ଯୁଯନ୍ତା  ନାଗଫାଶ ॥  

  

ଭୟାବହ ସ୍ଥିତି ଏ'ମହା ବିପତ୍ତି 

    ବିଶ୍ଵ ବାସୀ ଆତଙ୍କିତ , 

ସ୍ବାସ୍ଥ୍ୟସଂଗଠନ ହୋଇଛି ଆଶ୍ଚର୍ଯ୍ୟ 

    ବହୁଜନ  ମୃତାହତ ।?। 


ହେ'ଶ୍ରେଷ୍ଠ ମାନବ  ହୁଅସଚେତନ 

    କରୋନା ହୋଇବ ଧ୍ୱଂସ , 

ଉଷୁମ ଜଳକୁ  ପାନ କରିବାକୁ 

    କରିବାନି କୁଣ୍ଠାବୋଧ ॥ 


ଭାରତୀୟ ଛାପ ସର୍ବ ଗ୍ରହଣୀୟ 

     ପରମ୍ପରା ଅନୁଗତ , 

ଚାଲିଠୁ ଚଳଣି ଆଦର୍ଶୀତ ଠାଣି 

    ସଭ୍ୟତା ସଂସ୍କୃତି ମିତ ॥ 


ଆପଣେଇ ନିଅ ହେ'ପାଶ୍ଚାତ୍ୟ ଦେଶ 

     ଭାରତୀୟ ଭାବଧାରା , 

ରୋଗଶୋକ ଦୁଃଖ ହୋଇଯିବ ଦୂର 

    ମହିମଣ୍ଡଳରୁ  ପରା ॥ 



Rate this content
Log in