STORYMIRROR

Pinku Ranbida

Others

3  

Pinku Ranbida

Others

କରୋନା କଲା କାଲ୍ (କଲେଜ୍ ଲଭ୍)

କରୋନା କଲା କାଲ୍ (କଲେଜ୍ ଲଭ୍)

1 min
156

ମୋର୍ ପ୍ୟାର୍ କେ ନଜର ପକେଇଦେଲା

କରୋନା କରିଦେଲା କାଲ୍

ମୋର୍ ଗେଲେଇ ସୁନ୍ଦୀ ପରିରର

କେନ୍ତା ଥିବା ହାଲ୍ ,ଚାଲ୍ ।।


ଦିନେ କଥା ନାଇଁ ହେଲେ କେନ୍ତା ହେଉଥିଲା

 କଲେଜ୍ ଛୁଟି ନି କରବ୍ କହୁଥିଲା

ବାହାରୁ ଆସିକରି କରୋନା ବେମାର୍

ସବୁ କରିଦେଲା ବେହାଲ୍ ।।


କେନ୍ତା ରହୁଥିବା ମୋର୍ ବିନା ପାଗିଲୀ

ସବୁ ଲାଗୁଛେ ତାର୍'ବିନା ଛିନା 

କେବେ ଖୁଲ୍'ବା କଲେଜ ଆମର୍

ନାଇ କରିଦେଉ ମତେ ଅଚିହ୍ନା ।।


ମୋର୍ ସେ ହେଇଛେ ଜୀବନ୍ ଜାନ୍

ତାର୍ ଲାଗି ସବୁ ମୋର୍ କୁରବାନ୍

କେବେ ଆଏବାରେ କଲେଜ୍ ପଢି

ଭାବି ଭାବି ହେଇଗଲିନ ପରିସାନ୍ ।।


ବଛେରେ ଅଛେ କଲେଜ୍ ଆମର୍

ତାର୍ ପରେ ଜିବା ସରି

ଭାବି ଭାବି କରି ଖାଏବାର୍ ଛାଡିଦେଲିନ

ଲାଗୁଛେ ତାର୍ ବିନା ଜିମି ମରି ।।


ମୁବାଇଲ୍ ରେ କଥା ନାଇ ହେଇ ପାରବାର୍

ତାର୍ ବାପା ଅଛେ ଧରି

ଦିନେ ଫୁନ୍ କରିଥିଲି ଯେ ଗାଲି ଖାଏଲା

ମୋର୍ ଗେଲେଇ ସୁନ୍ଦିରୀ ପରି ।।


କେନ୍ତା କରି ତାର୍ ବିନା ଜିଇମି

ଉପାଏ ନାଇଁ ଜୁଟବାର୍ ମୁଡେ

ଆମର୍ ପ୍ୟାର୍ ଥି ଗୁଣ୍ତା ବନିକରି କରୋନା

ତାଲା ପକେଇଛେ କଲେଜ୍ ଆଗାଡେ ।।


କରୋନା କଲା ସବୁ କାଲ୍

ମୋର୍ ପ୍ୟାର୍ କେ କରୁଛେ ଦୁଇ ଫାଲ୍

ଝୁରି ଝୁରିକରି ସୁଖି ଗଲିନ

କରୋନା ବନିଛେ ମୋର୍ ପ୍ୟାର୍ ଥି କାଲ୍ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍