STORYMIRROR

Pinku Ranbida

Others

3  

Pinku Ranbida

Others

କରୋନା କାଲ୍ କରିଛେ

କରୋନା କାଲ୍ କରିଛେ

1 min
312

ଝୁରୁଛେ ସାଥି ତତେ ସଂଜ୍ ସକାଳେ

ତୋର୍ ଫଟୁ ଦେଖୁଛେ ସବୁବେଳେ

ତୋର୍ ପାକ୍'କେ ଯାଏତି ଟିକେ

ଚାଖ୍'ତି ତୋର୍ ପେରେମର୍ ମହନୀ'କେ ।।


କେତେଦିନ୍ ହେଇଗଲାନ ନୁହେ ଦେଖେ

ତୋର୍ ହାତର୍ ରନ୍ଧା ତୁନ୍ ନୁହେ ଚାଖେ

ଯିମି ଯିମି ମନେ କେତେ ଭାବୁଛେ

ଫୋନ୍'ରେ କଥା କେତେ ଲାଗୁଛେ ।।


ମନ୍'ଟା ନାଇ ବୁଝବାର୍ ଲାଗ୍'ଲେ ଭି କଥା

ଲାଗିଯାଏସି ମତେ କେନ୍ତା କେନ୍ତା

ଦମ୍'ଧରି ରହି ନାଇ ହେବାର୍'ନ

କେନ୍ତା ବୁଝାମି ବୁଝେଇ ନାଇ ହୁଏନ ।।


ପହେଲା ପହେଲା ଆମର୍ ହେଇଥିଲା ବିହା

ଆକାଶେ ଉଡୁଥିଲା ସବୁଦିନେ ଟିହା

କେତେ ଲାଡେଗେଲେ ରଙ୍ଗ୍ ଖେଲୁଥିଲା

ଦୁହେଁ ମିସି ରୋମାଣ୍ଟିକ୍ ଗୀତ୍ ଗାଉଥିଲା ।।


ସମିଆଁର୍ ଚକା ଘାଏକେ ବୁଲିଗଲା

ମୋର୍ କାମ୍'ମତେ ଡାକ୍ ଦେଲା

ତମ୍'କୁ ଛାଡି ପଲେଇ ଆସିଥିଲି

ଛ'ମାସ ପରେଭି ଯିମି ଭାବୁଥିଲି ।।


ଭାବୁଥିଲି କଥା ଭାବିରହିଛେ

ତମର୍ ଟାନ୍'କେ ପୁହୁଚି ନାଇ ପାରୁଛେ

ଠିକ୍ ବେଲ୍'କେ ଆଏଲା କରୋନା 

ଘର୍'କେ ଜିବାର୍'ଲାଗି ହେଲା ମନା ।।


ଗାଡି,ମଟର୍ ,ଉଡାଜାହାଜ,ଟ୍ରେନ୍ ବନ୍ଦହେଲା

ଲୋକ୍'ମାନଙ୍କୁ ଆଏବାର୍'କେ ମନାହେଲା

ବାହାରେ ଯିଏ ରହୁଛେ ହେନ ରହେବା

କିଏ କାହାରେର୍ ଘର୍ ନାଇ ଆଏବା ।।


ତମ୍'କୁ ମନେ ମନେ କେତେ ଝୁରୁଛେ

ମନର୍ କଥା କହି ନାଇ ପାରୁଛେ

ଜଲ୍'ଦି ଖୁଲ୍'ତା କାଏରେ ବସ୍,ମଟର୍

ଭାଗି ଯାଏତି ଆମର୍ ଘର୍ ।।


ନାଇଆସେ ବାହାର୍'କେ କାମ୍'କରି

ତମ୍'କୁ ଧନଗୋ ଛାଡିକରି

ବଛେରେ ହେଇଗଲାନ ନୁହେଦେଖେ ତୁମର୍ ଚେହାରା

ଲାଗିଗଲାନ ମତେ ପୁରା ବାଉରା ।।


କରୋନା ବେମାର୍ କାଲ୍'କରିଛେ

ତମର୍ ପାକ୍'କେ ଯାଇ ନାଇ ଦେଉଛେ

ସଭୁ ହେଇଗଲା ଉଲଟା ପୁଲଟା

ମିଠା ଖାଏଲେ ଲାଗୁଛେ ଖଟା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍