କରୋନା ଆସିଛି ଶୋଇବାକୁ ବେଳ ନାହିଁ
କରୋନା ଆସିଛି ଶୋଇବାକୁ ବେଳ ନାହିଁ
ଆସିଗଲା ଏବେ ସେହି ସମୟ ଗୁରୁତର,
ଆଉଥରେ ଆସି ବୁଲି ଦେଖି ଯିବାକୁ ତୁମ ସଂସାର l
ଭାବିବାକୁ ବେଳ ନାହିଁ, ଆସି ଯାଅ ଦ୍ରୁତ ଗତିରେ,
କରୋନା କରିଦେବା ପୂର୍ବରୁ ସବୁ ଛାରଖାର l
ହାତ ଉର୍ଦ୍ଧେ ଟେକି ଦେଇ ଡାକୁଛି ଆଜି ଏଇ ମଣିଷ,
ତ୍ରାହି କର ତ୍ରାହି କର ଏ ବିପଦୁ ହେ ଜଗଦୀଶ l
ଗୋଟେ ହାତେ ତାଳି କେବେ ବାଜେ ନାହିଁ ସତ,
କିଛି ଅପକର୍ମ କରି ଦେଇଛି ବୋଧେ ଏଇ ମଣିଷ ନିଶ୍ଚେ l
ଏ କୋଣୁ ସେ କୋଣୁ ବ୍ୟାପି ଗଲାଣି ସର୍ବଗ୍ରାସୀ କରୋନାର ଭୟ,
ଲାଗୁଛି ବିନାଶକୁ ନିମନ୍ତ୍ରଣ କରି ଆଣିଛି କରୋନା ମାଧ୍ୟମେ ଏଇ ମଣିଷ l
ସ୍ଵାର୍ଥ ସବୁବେଳେ ଆସି ଓଗାଳୁଚି ପଥ ଅନ୍ୟ କାମ କରିବ ସେ କେତେବେଳେ,
ଲାଳସା କାମନା ଦମନ କରିବା ସହଜ ହେଉ ନାହିଁ ତାର ପକ୍ଷେ l
ସର୍ବେ ଦେଉଛନ୍ତି ପରସ୍ପରେ ଉପଦେଶ ଅବା କରୁଛନ୍ତି ଦୋଷାରୋପ,
କେହି ପାଳିବାକୁ ଅନିଛୁକ ମହାତ୍ମା ମାନକଂ ମହାନ ବାଣୀ l
ଏହା ତୁମର ଶାସ୍ତି ନା ପରୀକ୍ଷା ଏ ମଣିଷ ଜାତିକୁ,
ନା ମନେ ଅଛି ଅନ୍ୟ କିଛି ବିଚାର, ଅନ୍ୟ ଉପାୟ ଭାବୁଛ ସଂସାର ରଖିବାକୁ l
ଅନ୍ତରାଳେ ରହି ମାରିଦେଲ ଯୋଉ ତୀରକୁ,
ଛଟପଟ ହୋଇଗଲା, ଦୋହଲାଇ ଦେଲା ତାର ମେରୁଦଣ୍ଡକୁ l
ଏବେ ଆସିବ କି ନାହିଁ ? ବିଚାର କର କେବେ ଠୁ ଆସିନ ଏଇ ବିଶ୍ଵକୁ,
କଣ ଚାଲିଛି କିପରି ଚାଲିଛି ହିସାବ ବା ସମୀକ୍ଷା କରିବାକୁ l
ଛଟ ପଟ କରି ମାରିବା ଅପେକ୍ଷା, ନିଜ ଆଖିରେ ସବୁ ଦେଖି ଉପାୟ କର,
କିଛି ସଦୁପଦେଶ, କିଛି ରାସ୍ତା ଦେଖେଇଗଲେ ହୁଅନ୍ତା ଭଲ l
ବେଶ ବଦଳାଇ ଆସିଛ ତୁମେ ଏ ଧରା ଧାମକୁ ଥରକୁ ଥର,
ସେହି ମଣିଷ ମାଧ୍ୟମେ ଜ୍ଞାନ ବାଣ୍ଟି ଦିଅ, ସଂସାର ରକ୍ଷା କାମ ତ ଅଟେ ତୁମର l