STORYMIRROR

SUKANTA KHANDA

Others

3  

SUKANTA KHANDA

Others

କ୍ରୋଧର ନିଆଁ

କ୍ରୋଧର ନିଆଁ

1 min
157


ନାରୀ ହସି ଦେଲେ ଫୁଲ ଫୁଟିଯାଏ

ମହକାଇ ଦିଏ ଚୌଦିଗେ ଭୁରୁଭୁରୁ ବାସ୍ନା

ଯେମିତି ସଞ୍ଜର ମଲ୍ଲୀ ଅବା ରଜନୀଗନ୍ଧା 

ନିଜ ଇଛାରେ ଉଦ୍ଭିଦ ଓ ପ୍ରାଣୀଙ୍କୁ

କାବୁ କରିବାକୁ,ମାୟା ରଚିବାକୁ

ଆଉ ଗୋଟେ ପ୍ରୀତି ଓ ପ୍ରଣୟରେ ବାନ୍ଧି ରଖିବାକୁ।

କିନ୍ତୁ ଫୁଲ ପରି ତୁମେ 

ଅବା ନାରୀ ପରି ଆଉ ହସିବାର ନୁହିଁ 

ସବୁବେଳେ କଳାହାଣ୍ଡିଆ ମେଘ ପରି

ଘୋଟି ଯାଉଛ ମୋ ଦଶଦିଶ

କାହିଁକି ଏମିତି ହୁଅ?

କ୍ରୋଧର ନିଆଁକୁ ଅସମ୍ଭାଳ କରି

ଜଳେଇ ଦିଅ

ହୃଦୟ ମନକୁ 

ପୋଡି଼ଚାଲ ଭୟଙ୍କର ହୋଇ।

ଦେଖ ! 

ଏବେ ତ କ୍ରୋଧର ନିଆଁକୁ ରୋକ

ପାର୍ବତୀ ରୂପରେ ଠିଆ ହେଲେ ଶୁଭଙ୍କର

ମୋଟେ ଭଲ ନୁହେଁ ଦୁର୍ଗା ଅବା କାଳୀ

ସେମାନେ ତ ଜଗତ ଜନନୀ

ସୃଷ୍ଠିକୁ ରକ୍ଷା ପାଇଁ ତାଙ୍କ ଅବତାର

ହେଲେ ତୁମେ ତ ସାଧାରଣ ନାରୀ

ଏ ଘରକୁ ମନ୍ଦିର ପରି ଗଢି଼ ତୋଳିବାକୁ 

ଆସିଛ ସ୍ବର୍ଗ କି ନର୍କରେ ନୁହେଁ?

ଏ ଘର ଓ ବାହାରକୁ ଇନ୍ଦ୍ରଧନୁରେ ରଙ୍ଗାୟିତ କରିବାକୁ।

ଗୋଟେ କୋଣାର୍କ,ଗୋଟେ ତାଜମହଲ ଅବା ନନ୍ଦନକାନନ

ହେଲେ କେତେ କହିବି

ତୁମର କି ପ୍ରତିଶୋଧ ନେବାର ଅଛି?

ଖଣ୍ଡା,ଖର୍ପର କି ତ୍ରିଶୂଳ ନୁହେଁ 

ମନ ଓ ହୃଦୟ କୋଣରୁ ସୃଷ୍ଟି

କ୍ରୋଧର ନିଆଁରେ।

ସେ ହସିଦେଲା 

ଯେମିତି ମୁଠାଏ ବୁରୁଜ

ମୁଁ ଭଳିଗଲି ତା ଚୁମକେ ହସରେ

କିନ୍ତୁ ହଠାତ୍ ସେ ଜାଳିଦେଲା କ୍ରୋଧର ନିଆଁରେ

ଆଉ କ୍ଷଣିକେ ମୁଁ ମୁଠାଏ ପାଉଁଶ

ସେ ତା ଓଠରେ ଲେପିଦେଇ

ଚାଲିଗଲା ଡଗଡ଼ଗ

ଯେମିତି କାଳୀ ପାଦ ଥାପିଥିଲା ଶିବଙ୍କ ଛାତିରେ।

          


Rate this content
Log in