କରୋ ନା ପୁରାଣ
କରୋ ନା ପୁରାଣ


ମହାଲକ୍ଷ୍ମୀ କହୁଛନ୍ତି ଠାକୁରଙ୍କୁ ଚାହିଁ
ପ୍ରଳୟ ସମୟ ଏବେ ଆସି ଲାକି ମହୀ
ଏ ସୁନ୍ଦର ସୃଷ୍ଟି କଣ ଲୋପ ପାଇଯିବ
ଚତୁର୍ଦ୍ଦିଗ ହାହାକାର ଖାଲି ଶୁଭୁଥିବ
ଦେଖୁଚ ତ ପ୍ରଭୁ ଏହି ମହାମାରୀ ବ୍ୟାଧି
ଗ୍ରାସୁଅଛି ପୃଥିବୀକୁ ତାଣ୍ଡବ ରଚୁଛି
କାହିଁକି ମଉନ ତୁମେ ଆହେ ଭାବଗ୍ରାହୀ
ତୁମ ହାତ ଗଢା ସୃଷ୍ଟି ଯିବ ଲୋପ ହୋଇ
ଜଗନ୍ନାଥ କହୁଛନ୍ତି ଶୁଣ ଠାକୁରାଣୀ
ଅନ୍ୟାୟର ଭାର ଏବେ ସୀମା ଟପିଲାଣି
ପଶୁ ଓ ପକ୍ଷୀଙ୍କୁ ନିର୍ମମ ହତ୍ୟା କରି
ଭକ୍ଷିଲେ ତାଙ୍କ ମାଂସ ଅସୁରଙ୍କ ପରି
ନାରୀ ନିର୍ଯାତନା ଦେଖି ଥରିଯାଏ ଦେହ
କିପରି ଏ ବସୁମାତା ସମ୍ଭାଳିବ କହ
ଏହି ଜନ୍ମ କର୍ମ ନର ଭୋଗିବ ଏଠାରେ
ନର୍କ ବୋଲି କିଛି ନାହିଁ ମୋହରି ସୃଷ୍ଟିରେ
ଏହା ଶୁଣି ଠାକୁରାଣୀ ହୁଅନ୍ତି ଅଧିର
କିପରି ଘୁଞ୍ଚିବ ପ୍ରଭୁ କଷଣ ବିଶ୍ଵର
ଜଗନ୍ନାଥ କହୁଛନ୍ତି ଠାକୁରାଣୀ ଶୁଣ
ହିଂସା, ପାପ ଦ୍ୱେଷ ସବୁ ତେଜୁଥିବ ମନ
ଜୀବେ ଦୟା ଭାବ ସଦା ମନେ ରଖିଥିବ
ଶସ୍ୟ ଶ୍ୟାମଳ ଧରାକୁ ସଦା ରଖିଥିବ
କରୋନା ଭୂତାଣୁ ପାଇଁ ସଚେତନ ଲୋଡା
ସାହାଯ୍ୟ ସହଯୋଗର ହାତ ଏବେ ବଢା
ଯେତେ ଦିନ ଚାଲୁଥିବ ଜୀବନ ରାସ୍ତାରେ
ପ୍ରଭୁ ପଦେ ଲୟ ରଖିଥିବ ନିରନ୍ତରେ
ଏତିକି ବେଳକୁ ଶୁଭେ ଦେବର୍ଷି ନାରଦ
ନାରାୟଣ ବୋଲି କହି ନାରଦ ଆଗତ
ପ୍ରଣାମ ଦେବ ଦେବୀଙ୍କୁ ନତ କରି ମଥା
ଧନ୍ୟ ଏହି କଳି କାଳ ଧନ୍ୟ ଏ ଜନତା
ଏଥି ଅନ୍ତେ ପୁରାଣଟି ସମ୍ପୂର୍ଣ୍ଣ ହୋଇଲା
କରୋନା ଉପରେ ରଶ୍ମି ଭାବରେ ରଚିଲା