କର୍ମର ଫଳ
କର୍ମର ଫଳ


ନିଃଶବ୍ଦ ଦୁନିଆଁ ସତେ ଅବା ଝଡ ପରର ନୀରବତା
ମନରେ ଅନେକ ଭୟ ଆଉ ହୃଦୟରେ ଅମାପ ବ୍ୟଥା।
ଜୀବନ ବିକଳରେ ମାସ୍କ୍ ଆଉ ସାମାଜିକ ଦୂରତା
ନ ମାନିଲେ ନିଜ ସହ ଅନ୍ୟର ବି ବଢାଇବା ଚିନ୍ତା।
ମନୁଷ୍ୟ ଶ୍ରେଷ୍ଠ ଜୀବ ହେଲେ ସ୍ୱାର୍ଥ ସର୍ବସ୍ୱ ପାଲଟିଛି
ଜୈବ ବିବିଧତା ପଢି ମଧ୍ୟ ସେ ତାକୁ ଅଣଦେଖା କରିଛି।
ଶୈବ ପୀଠରେ ବି ଆମର ଜୈବ ବିବିଧତା ଅଛି
ହେଲେ ମଣିଷର ଆଖିରେ ସତେ ଅବା ଆସ୍ତରଣ ଜମିଛି।
ପୁରାଣ ପୋଥିରେ ଆମର ଅନେକ କଥା ଅଛି
ସେସବୁର ହତାଦର କରି ମନୁଷ୍ୟ ଆଜି ଅନେକ ଭୋଗୁଛି।
ମାନବିକତାକୁ ହରାଇ ଆଜି ସିଏ ମରଣ ଜନ୍ତାରେ
ନିଜ ଭୁଲ ପାଇଁ ସିଏ ଆଜି ପଶ୍ଚାତାପ କରେ।
ତାଲା ବନ୍ଦ ଘରେ ଜୀବନ ଲାଗେ ଦୁର୍ବିସହ
ପ୍ରତି ମୁହୂର୍ତ୍ତରେ କାହାକୁ ହରେଇବାର ଭୟ।
ଶାନ୍ତ ପରିବେଶରେ ପଶୁ ପକ୍ଷୀଙ୍କର କୋଳାହଳ
ସତେ ଅବା ସେମାନେ କରନ୍ତି ମନୁଷ୍ୟକୁ ତାତ୍ସଲ୍ୟ।
ଅଦୃଶ୍ୟ ଛୋଟ ଭୂତାଣୁ ନେଉଛି ଅନେକ ଜୀବନ
ତା' ଆଗରେ ଫେଲ୍ ମାରୁଛି ମଣିଷର ଜ୍ଞାନ।
ତ୍ରାହି ତ୍ରାହି ବୋଲି ସିଏ ଡାକୁଛି ଆକୁଳେ
ଦୋଷ କ୍ଷମା କରି ବଞ୍ଚାଅ କାଳିଆ ଠାକୁରେ।
ତବ ପାଦତଳେ ପ୍ରଭୁ ସମଗ୍ର ମନୁଷ୍ୟ ଜାତି
ଉଦ୍ଧାର କରହେ ପ୍ରଭୁ ଏତିକି ବିନତୀ।