STORYMIRROR

Chittaranjan Nanda

Others

4  

Chittaranjan Nanda

Others

କର୍ମ ଓ ଦାୟିତ୍ୱବୋଧ ଧର୍ମ ମୋର

କର୍ମ ଓ ଦାୟିତ୍ୱବୋଧ ଧର୍ମ ମୋର

1 min
627

ସମସ୍ତେ ଜାଣିଛେ ବରଷରେ 

ବାରୋଟି ମାସ 

ତେବେ ପ୍ରାଧାନ୍ୟ ଦେଉଛୁ କିଆଁ 

କାର୍ତ୍ତିକ ମାସ (1)


ଭାବୁଛେ ଆମେ ଏହି ମାସ ତ 

ପୂଣ୍ୟର ମାସ

କଥା ଅଛି ଶୁଣି ଆସିଛି ବକ 

ଛାଡଇ ଆମିଷ (2)


କୃଷି ଜୀବିକା ଅଟେ ପ୍ରଧାନ 

ଆମ ଦେଶରେ 

ଉପାସନା ହୁଏ ପ୍ରକୃତିର ଭିନ୍ନ

ଭିନ୍ନ ପାର୍ବଣରେ (3)


ଅନୁଧ୍ୟାନ କଲେ ପ୍ରକୃତିର ସନ୍ତୁଷ୍ଟି  

ସମସ୍ତ ଉପାସନାର ମର୍ମ

ତାକୁ ଆଖିରେ ରଖି ଆମେ ଆଚରି

ଆସିଛେ ନାମ ଧରମ (4)


ଆଧ୍ୟାତ୍ମିକ ପରିବେଶେ ପାଳୁଛେ  

ଏଇ ପାର୍ବଣର ଦିନ

ବାର ମାସେ ତେର ଯାତ ରହିଛି

ଓଡିଆ ବିଧାନ (5)


ଚତୁର୍ଦ୍ଦଶୀ ବଡ ଓଷା ଦିନ ଯିବି ମୁଁ

ତ ମନ୍ଦିର

ସର୍ବ ଦେବ ନାମ ସ୍ମରି ପୂଜା କରିବି ତ 

ତାଙ୍କ ପୟର (6)


କେତେ ଭକ୍ତି ଭରେ ଶିବ ବିଷ୍ଣୁ କରି 

ଆସିଛି ପୂଜନ

କେବେ ତ ସେ ହରିହର ମୋତେ ତ 

ଦିଅନ୍ତିନି ଦର୍ଶନ (7)


ପ୍ରବଳ ଇଚ୍ଛା କୋଟି ପୂଣ୍ୟ ମିଳିବ 

କରିବି ବୈକୁଣ୍ଠ ଗମନ

ସଂଶୟ ରହିଛି ପାପରୁ ସତେ କି ଉଦ୍ଧାର 

ମିଳିବ ଏହି ଦିନ (8)


ଶିବଙ୍କ ଶିରେ ବେଲପତ୍ର ଦେଇ ଯେତେ

କଲେ ଭକତି

ପାପ ଓ ଅକର୍ମର ଫଳରୁ ପାଇବିନି ତ 

କେବେ ମୁକତି (9)


ମୁଁ ଏକ ମଣିଷ ଅଛି ମୋର ବିବେକ  

ଶ୍ରେଷ୍ଠ ପରା ଏ ସଂସାରେ 

ମଣିଷତ୍ୱକୁ ଦିଏ ସର୍ବଦା ମହତ୍ୱ ମୋର 

ବିଚାରଧାରାରେ (10)


ସର୍ବ ଜୀବ ଠାରେ କରୁଣାର ଭାବ ରଖି  

ଯଦି ଚାଲିବି  

ଭେଦ ଭାବ ନଥିଲେ ପାପ କରିଛି ବୋଲି

କିଆଁ ଭାଳିବି (11)


ସ୍ୱାର୍ଥାନ୍ୱେଷେ ନ ବଢ଼ି ସଂସାରର ସୁରକ୍ଷା 

ମୋହର କର୍ମ 

ତ୍ୟାଗ ସେବା ଗୁଣ ବଞ୍ଚି ବଞ୍ଚାଇବା ତ 

ମଣିଷ ଧର୍ମ (12)


ସର୍ବ ଜୀବ ହିତେ ସବୁରି ସଙ୍ଗତେ ଚଳିବି 

କରି ଆଦର 

ଏ ଧରା ଧାମରେ କର୍ମ ଓ ଦାୟିତ୍ୱବୋଧ 

ଧରମ ମୋହର (13)



Rate this content
Log in