STORYMIRROR

Nihar Ranjan Acharya

Others

4  

Nihar Ranjan Acharya

Others

କରଜ ମୁକ୍ତ

କରଜ ମୁକ୍ତ

1 min
240

ତୁମ କୋଳେ ଯେବେ ଜନମ ଲଭିଲି 

ହୋଇ ଗଲି ମୁହିଁ ଋଣି, 

ହେବାକୁ ତୁମଠୁ କରଜରୁ ମୁକ୍ତ 

ପାରୁନାହିଁ ଜମା ଜାଣି । 


ଜ୍ଞାତି-ସହୋଦର-କୁଟୁମ୍ବଙ୍କ କୋଳେ 

ବଢ଼ିଲି କଡ଼େ ଆଦରେ, 

ସାଙ୍ଗ-ସାଥି ମେଳ ଧୁଳି-ବାଲି ଖେଳ 

ସବୁ ଥିଲା ମୋ' ଭାଗ୍ଯରେ । 


ଶିକ୍ଷା ଆହରଣ କରି ସମାପନ 

ଲଭିଲି ପ୍ରତିଷ୍ଠା ମାନ, 

ଯାହା ମୁଁ ହୋଇଛି ଯେତିକି ପାଉଛି 

ସବୁ ତ ତୁମରି ଦାନ । 


ସଂସାର ବନ୍ଧନେ ବାନ୍ଧିଦେଲ ମୋତେ 

ଉପଯୁକ୍ତ ପାତ୍ରୀ ଦେଖି, 

ଜୀବନ ରାସ୍ତାରେ ଚାଲୁ ଅଛୁ ଆମେ 

ତୁମକୁ ଭରସା ରଖି । 


ଦୁଇଟି ସନ୍ତାନ ପୁଅ-ଝିଅ ଆମ 

ଘରର ଅଟନ୍ତି ସୁଖ, 

ଆଶିର୍ବାଦ ହାତ ମଥାପରେ ସଦା 

କରୁଣାରେ ଭରି ରଖ । 


ତୁମ ପଥଧାରେ ନୀତି ଆଦର୍ଶରେ 

ହୋଇ ଯେ ଅନୁପ୍ରାଣିତ, 

ତୁମ ଆଶିର୍ବାଦ ଲଭୁଥାଉ ସଦା 

ହେବାକୁ କରଜ ମୁକ୍ତ । 



Rate this content
Log in