କରଜ ମୁକ୍ତ
କରଜ ମୁକ୍ତ
ତୁମ କୋଳେ ଯେବେ ଜନମ ଲଭିଲି
ହୋଇ ଗଲି ମୁହିଁ ଋଣି,
ହେବାକୁ ତୁମଠୁ କରଜରୁ ମୁକ୍ତ
ପାରୁନାହିଁ ଜମା ଜାଣି ।
ଜ୍ଞାତି-ସହୋଦର-କୁଟୁମ୍ବଙ୍କ କୋଳେ
ବଢ଼ିଲି କଡ଼େ ଆଦରେ,
ସାଙ୍ଗ-ସାଥି ମେଳ ଧୁଳି-ବାଲି ଖେଳ
ସବୁ ଥିଲା ମୋ' ଭାଗ୍ଯରେ ।
ଶିକ୍ଷା ଆହରଣ କରି ସମାପନ
ଲଭିଲି ପ୍ରତିଷ୍ଠା ମାନ,
ଯାହା ମୁଁ ହୋଇଛି ଯେତିକି ପାଉଛି
ସବୁ ତ ତୁମରି ଦାନ ।
ସଂସାର ବନ୍ଧନେ ବାନ୍ଧିଦେଲ ମୋତେ
ଉପଯୁକ୍ତ ପାତ୍ରୀ ଦେଖି,
ଜୀବନ ରାସ୍ତାରେ ଚାଲୁ ଅଛୁ ଆମେ
ତୁମକୁ ଭରସା ରଖି ।
ଦୁଇଟି ସନ୍ତାନ ପୁଅ-ଝିଅ ଆମ
ଘରର ଅଟନ୍ତି ସୁଖ,
ଆଶିର୍ବାଦ ହାତ ମଥାପରେ ସଦା
କରୁଣାରେ ଭରି ରଖ ।
ତୁମ ପଥଧାରେ ନୀତି ଆଦର୍ଶରେ
ହୋଇ ଯେ ଅନୁପ୍ରାଣିତ,
ତୁମ ଆଶିର୍ବାଦ ଲଭୁଥାଉ ସଦା
ହେବାକୁ କରଜ ମୁକ୍ତ ।
