STORYMIRROR

Sadananda Sahoo

Others

4  

Sadananda Sahoo

Others

କ୍ରୀଡାପ୍ରେମୀ ଦେଶବାସୀ

କ୍ରୀଡାପ୍ରେମୀ ଦେଶବାସୀ

1 min
348


 କ୍ରୀଡା ପ୍ରିୟଦେଶ ବିଶ୍ଵରେ ଭାରତ 

    କ୍ରିକେଟେ ଆଦର ବେଶି , 

ବୋଲିଙ୍ଗି,ବ୍ୟାଟିଙ୍ଗି ଭାରି ଇଣ୍ଟ୍ରେଷ୍ଟିଙ୍ଗି  

     ଦର୍ଶକେ ଦେଖନ୍ତି ବସି । 


କ୍ରୀଡା ସମର୍ଥକ ସାଜେ ଦେଶଭକ୍ତ 

    ଜାତୀୟ ପତକା ଧରି , 

 ପ୍ରେରଣା ଦିଅଇ ଜୟଜୟ କହି 

    ଜିତିଯିବା ବାଜି ମାରି । 


ବିଶ୍ଵକପ ଟ୍ରଫି ଗୌରବ ସମ୍ପତ୍ତି 

   ଆକାଂକ୍ଷାରେ ଦେଶବାସୀ , 

ହେ'ପ୍ରିୟ ଖେଳାଳୀ ଜିତି ଆଣିବକି 

    ଭାରତୀମା' ଦବହସି । 


ଏ'ମହାସାମର୍ଥ୍ୟ ରହିଛି ତୁମ୍ଭର 

    ଜାଣିଛି ଏ'ସାରା ଵିଶ୍ଵ , 

ପାରଙ୍ଗମ ତୁମେ କ୍ରିକେଟ କ୍ରୀଡାରେ 

    ବିପକ୍ଷଟା ହୁଏ ନିଶ୍ଵ । 


ଚିରଶତୃ ସେତ ପାକିସ୍ଥାନ ଦେଶ 

    ବହୁବାର  ପରାଜିତ , 

ଶୋଚନୀୟ ଭାବେ ହରାଇଲ ତୁମ୍ଭେ 

    ଵିଶ୍ଵ ହେଲା ଆଚମ୍ବିତ । 


ସମୃଦ୍ଧ ଭାରତ  ଅଖଣ୍ଡ ଭୂଖଣ୍ଡ 

   କ୍ରୀଡାପ୍ରେମ ଉତଫୁଲ୍ଲିତ , 

ଜାତୀୟତା ଭାବ ହୁଏ ପ୍ରକଟିତ 

   ଭିନ୍ନତାରେ ନାହିଁ କ୍ଷତ । 


କ୍ରିକେଟ ବାହିନୀ ବିରାଟ ସଙ୍ଗିନୀ 

    ଧୋନୀ ମନ୍ତ୍ରେ ଉଦ୍ଭାସିତ , 

ରୋହିତ , ହାର୍ଦ୍ଦିକ , ଚହଲ ଯାଦବ 

    କ୍ରିକେଟ ସମର ସୁତ । 


ଶିଖର ଧଵନ  ଭୁବନ ଈଶ୍ଵର 

   କେଦାର ସମର ପ୍ରାଣ , 

ଏ' କ୍ରୀଡା ତାରକା ଵିଶ୍ଵକପ ସଖା 

    ସମରେ କରିବେ ରଣ । 


ବିଶାଳ ଭାରତ   ଆଦିଭୂମି ମିତ 

    କ୍ରୀଡା ସରାଗର ମାଟି , 

ପ୍ରଂଶସକ ଏଠି ଜାଳେ ଅର୍ଘ୍ୟବତୀ 

    ବିପକ୍ଷଟା ପଡୁ ଲୋଟି । 


କ୍ରିକେଟ ନାୟକ ଦେଶର ବିଭବ 

   ଉଦ୍ଭାସିତ ହେଉ ସ୍ଵପ୍ନ , 

ଦେଶ ମାତୃକାର ବଢ଼ାଅ ଗୌରବ 

    ଜିତିଆଣ  ବିଶ୍ଵକପ । 



Rate this content
Log in