Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Others

4.0  

ବି. ନିରୁପମା

Others

କରିବେ ନଉକା କେଳି

କରିବେ ନଉକା କେଳି

1 min
282



ଚନ୍ଦନ ଯାତରେ ଚାପ ଖେଳିବେ ସେ

ନରେନ୍ଦ୍ର ପୋଖରୀ ଜଳେ ,

ଆନନ୍ଦରେ ସାରା ରାତି ବିତାଇବେ

ସେ ଯେ ଭକତଙ୍କ ମେଳେ ।


ଗ୍ରୀଷମର ଦାଉ ବଡ଼ ବିଷମଟି

ହୁଏ କେତେ ଗୁଳୁଗୁଳି ,

ସେଇଥିପାଇଁକି ଦେଉଳୁ ବାହାରି

କରିବେ ନଉକା କେଳି ।


ଶଙ୍ଖ ହୁଳହୁଳି ଶବଦରେ ସାରା

ଅଞ୍ଚଳ ଉଠିବ ପୂରି ,

ମହାନନ୍ଦେ ସର୍ବେ ଜୟ ଜଗନ୍ନାଥ

ପକାଉଥିବେଟି ହୁରି ।


ଭକତଙ୍କ ହାରି ଗୁହାରି ଶୁଣିବେ

କାନ ଡେରି ଚକାଆଖି ,

ମନୋବାଞ୍ଛା ଯେତେ ପୂରଣ କରିବେ

ରଖିବେନି କିଛି ବାକି ।


ସେବେଳରେ ତାଙ୍କୁ ଦର୍ଶନ କରିବା

ଆମ୍ଭେ ଦୁଇବାହୁ ତୋଳି ,

ମନ ପ୍ରାଣ ସବୁ ସମରପି ଦେବା

'ଜୟ ଜଗନ୍ନାଥ ବୋଲି' ।


ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in