STORYMIRROR

Prakash ranjan Swain

Others

4  

Prakash ranjan Swain

Others

କୋଣାର୍କ

କୋଣାର୍କ

1 min
206


 ହେ ମୋର ପ୍ରିୟ କୋଣାର୍କ

 କିଏ ସେ କାରିଗର 

    ତୋ ଦେହେ ଆଙ୍କିଛି 

ଚାରୁ କଳାର ଏ ପଥର ମୂରତି 

    କିଣିନିଏ ମନ ହୁଏ ମୁଗ୍ଧ. 

ହେ ମୋର ପ୍ରିୟ କୋଣାର୍କ


 ଧନ୍ୟ ସେଇ ବୀର, ଯିଏ ଦେଲା ପ୍ରାଣ 

      ଜାତିର ମହତ୍ୱ ପାଇଁ 

ମନ୍ଦିର ଚୂଡାରେ ଦଧିନଉତି ବସାଇ 

       ସମୁଦ୍ରକୁ ଲମ୍ଫ ଦେଇ. 

       ତା' ପରି କେ ବୀର ନାହିଁ. 

ହେ ମୋର ପ୍ରିୟ କୋଣାର୍କ,ତୁମ ପାଇଁ. 


ପଥର ହୋଇବି ଜୀବନ୍ତ ପରି 

    ତୋର ଦେହ ଦିଶେ ଚକ ଚକ 

ରଥ ନୁହଁ କିନ୍ତୁ ରଥ ପରି ଦିଶ 

     ସାତ ଘୋଡା ଥିବ ଆଗ. 

ହେ ମୋର ପ୍ରିୟ କୋଣାର୍କ


ହାତରେ ପିଟିଣ ମୁଗୁନି ପଥର 

    ଆଙ୍କିଛି କେତେ ଯେ ମୂରତି. 

କେତେ ଦେବା ଦେବୀ, କେତେ ପଶୁ ପକ୍ଷୀ 

     ଯତନେ ଦେଇଛି ଆଙ୍କି. 

ହେ ମୋର ପ୍ରିୟ କୋଣାର୍କ

       ତୁମ ରୂପ ମନଲେଖି. 


ବାର ଶହ ଜନ ମନ ଦେଇଥିଲେ 

     ତୋହରି ଶରୀର ପାଇଁ. 

ସୂର୍ଯ୍ୟ ପୁର ଛାଡି ସୁରୂଜ ଦେବତା 

      ରହିଲେ ତୋ ଠାରେ ଯାଇ.

ହେ ମୋର ପ୍ରିୟ କୋଣାର୍କ

        ତୁମ ପରି କେହି ନାହିଁ. 


ଧନ୍ୟ ସେଇ ବୀର ଯୁଗ ଯୁଗକୁ ଅମର 

     କାରିଗର କୂଳେ ଜାତ. 

ଧରମା ନାମରେ ତା'ର ଖ୍ୟାତି ଆଜି 

     ସାରା ବିଶ୍ୱରେ ଲୋକ ଚର୍ଚ୍ଚିତ.

ହେ ମୋର ପ୍ରିୟ କୋଣାର୍କ


   

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍