କୋମଳମତି ଚାଟ
କୋମଳମତି ଚାଟ
ବିଦ୍ୟା ମନ୍ଦିର, ବିଦ୍ୟାଳୟ
ଆଳୟ ମଧ୍ୟେ ଶ୍ରେଷ୍ଠାଳୟ ।
ଯେ ସ୍ଥାନେ ଗୁରୁ ପୂଜା ପାନ୍ତି ,
ଭକତ ଛାତ୍ର ମାନେ ହୁଅନ୍ତି ।
ବିଦ୍ୟା,ବିନୟ, ଭକ୍ତି ,ଭାବ ,
ସେଠାବେ ପୁଷ୍ପ ନଇବେଦ ।
ଉଚ୍ଚ ନିଚର ଭାବ ନାହିଁ ,
ଉଚିଷ୍ଠ ଆସିବ ବା କାହିଁ ।
ରୁଣ୍ଡ ହୋଇଣ ଏକ ଠାବେ ,
ଭୋଜନ କରନ୍ତି ସ୍ୱଭାବେ ।
ଏକ ଆରେକୁ ଛଡ଼ା ଛଢ଼ି ,
ମିଶାଇ ଭକ୍ଷନ୍ତି ଓଜାଢ଼ି ।
ଖେଳ କୁଦରେ ମାତି ଥାନ୍ତି ,
ଆନନ୍ଦ ମନେ ବିଚରନ୍ତି ।
ନିମିଷେ ମତାନ୍ତର ହୁଏ ,
ଆର ନିମିଷେ ତୁଟିଯାଏ ।
ସ୍ୱାର୍ଥ ଭାବଠୁ ଦୁରେ ଥାନ୍ତି ,
ନିସ୍ୱାର୍ଥ ପଣେ ବିଚରନ୍ତି ।
କୋମଳ ମତି କୋମଳାଙ୍ଗ ,
କୋମଳ ଅଙ୍ଗେ ରଙ୍ଗ ଭଙ୍ଗ ।
କିଭାବେ ବର୍ଣିବି ସ୍ଵଭାଵ ,
ଜେତେ କହିଲେ ତ ଅଭାବ ।
ଲେଖିଲେ ଲେଖୁଥିବ ସିନା ,
ସରିବ ନାହିଁ ତ ଭାବନା ।
କଳେବରେ ବୃଦ୍ଧି ପାଇଁ ,
କରୁଛି ଶେଷ ଏହି ଠାଇଁ ।
ଦୋଷ ମୋ ହୋଇଥିଲେ କିଛି ,
ମାର୍ଜନା କରିବ ମାଗୁଛି ।
