STORYMIRROR

MISHRA HRUSIKESH

Others

3  

MISHRA HRUSIKESH

Others

କୋହ

କୋହ

1 min
173

ଦେଖିବାକୁ ଯିବି ରଥ ଯାତରା ମୁଁ

କଟୁନାହିଁ କିଆଁ ଦିନ,

ତୋ ଚକା ଆଖି ମୋ ମନେ ପଡ଼ିଯାଏ

ଛଟ ପଟ ହୁଏ ମନ।


ରଥ ଦେଖି ମୁହିଁ ମୁକତି ଲଭିବି

ନାହିଁ ପୁନର୍ଜନ୍ମ ଆଉ,

ନର ଦେହେ ଥାଉ ନାରାୟଣ ତୁହି

ଏତିକି ସୁଦୟା ହେଉ।


ରଥେ ତୁ ବାମନ ମନ ମୋହୁଥାଉ

ବଡ଼ଦାଣ୍ଡେ ଉଭା ହୋଇ,

ଶେଷ ଦରଶନ କରାଇଦେ ଜଗା

ଆନ ପ୍ରୟୋଜନ ନାହିଁ।


ସାଇତି ରଖିଛି ମୋ ମନ ମଧ୍ୟରେ 

ବରଷ ର ଦୁଃଖ କେତେ,

ଗଲା ରଥ ରୁ ମୁଁ ଏ ବର୍ଷ ରଥ କୁ 

ଜଗିଛି କହିବି ତୋତେ।


ଆଖି ଲୁହ ପିଇ ଛାତି କୋହ ସହି

ଭାବୁଥିଲି ମନେ ମୋର,

ଯଦି ରହିଥିବି ଜୀବିତ ମୁଁ ଜଗା

ଦେଖିବି ରେ ରଥ ତୋର।


ଦବୁକି ମୋତେ ତୁ ସୁଯୋଗରେ ଜଗା

ଦୁଃଖ କହିବାକୁ ମୋର,

ସାର୍ଥକ ହେବରେ ଦୀନବନ୍ଧୁ ନାମ

ଦେଖିବ ସାରା ସଂସାର।


କୁରୁପା କଲୁ କି ଶାସ୍ତି ଦେଲୁ ମତେ

ନେଲୁ ନାହିଁ ତୋର ପାଶ,

ରଥେ ଦେଖି ତୋତେ ଜିବକି ଜୀବନ

ହୋଇବ ରେ ସବୁ ଶେଷ।


ସହି ନ ପାରଇ ଜୀବନ ଯନ୍ତ୍ରଣା

ଜୀବନେ ତ ନାହିଁ ମୋହ,

ଭଣେ ଏ ଅଧମ ମିଶ୍ର ହୃଷିକେଶ

ଭାବିଲେ ଉଠଇ କୋହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍