STORYMIRROR

Sandhyarani dash

Others

4  

Sandhyarani dash

Others

କୋହ

କୋହ

1 min
144

ଛାତିରେ ଜମାଟ ବାନ୍ଧି ଥିବା କୋହ

ଆଖି ଲୁହ ଦିଏ ଧୋଇ,

ହେଲେ ଏଇ ମନ ବୁଝେ ନାହିଁ କାହିଁ

ତୁଚ୍ଛାଟାରେ ଦୋଷ ଦେଇ।

ସଭିଏଁ ଅଟନ୍ତି ସୁଖର ସାଥି ଯେ

ଦୁଃଖରେ ପର କରନ୍ତି

ଧନ ଦୌଲତ ତାଙ୍କର ନିଜର

ଏଇ କଥା ଭାବୁଥାନ୍ତି।

ପାହାଡ ପରିକା ପଡ଼ିଗଲା ଦୁଃଖ

ଚାପିହୋଇ ଯାଏ ଆଜି,

ଭରଷା ତୁଟୁଛି ମନରେ ମୋହର

ନୟନ ଲୁହରେ ଭିଜି।

ସ୍ବପ୍ନ ମୋ ହଜିଲା ଆଜି କେଉଁ ଦୁରେ

ପରସ୍ତ ପରସ୍ତ ଖୋଜେ,

ଫେରିବ ସପନ ହୋଇଯିବ ସତ

ମନକୁ ମୋହର ମାଜେ।

କିଏ ସେ ବୁଝିବ ଅକୁହା କଥାକୁ

ହୃଦୟେ ବେଦନା ଭରି,

ମୋ ଆଖିର ଲୁହ ଝରି ଝରି ଯାଉ ଅଛି

ସତେ କି ଝରଣା ପରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍