କନ୍ୟା ରତ୍ନ
କନ୍ୟା ରତ୍ନ
ପୋଷିବାକୁ ଯଦି ବଳ ନାହିଁ ତୁମ
ସହବାସ କିଆଁ କରୁଛ,
ସ୍ତ୍ରୀ ଗୋଟେ ଆଣି ସହବାସ କରି
ନିଜକୁ ମରଦ ଭାବୁଛ ।
କନ୍ୟା ଯଦି ତୁମ ମନେ ଘୃଣା ଅଛି
ମାଆ ବୋଲି କିଆଁ ଡାକୁଛ ,
ଭଉଣୀ ପାଖକୁ ଖୁସିରେ ଯାଇ
ରାଖୀ କିଆଁ ହାତେ ବାନ୍ଧୁଛ ।
ସ୍ତ୍ରୀ ଟିଏ ଧରି ନିଜ ଦେହଜ୍ୱାଳା
ଶାନ୍ତି କରିବାରେ ଲାଗିଛ,
କନ୍ୟାଟିଏ ଯଦି ଜନମ ହୋଇଲା
ଫିଙ୍ଗିଦେଇ ଲୁଚି ବୁଲୁଛ ।
ପୁରୁଷ ସିନା ନିଷ୍ଠୁର ଅଟେ
କନ୍ୟାକୁ ଫିଙ୍ଗି ଦିଏ,
ମାଆ ବି ନିଜର ମମତା ମୂଲ୍ୟକୁ
ଫିଙ୍ଗିଦେଇ ଚୁପ ରହେ ।
କନ୍ୟା ଜନମକୁ ସୁରକ୍ଷା ଦେବାରେ
ନାରୀ ବି ଆଜି ହାରିଯାଇଛି,
ଦସମାସ ତାର ଗର୍ଭରେ ଧରି
କେମିତି ଯେ ଫିଙ୍ଗି ଦେଉଛି ।
ନାରୀଟିଏ ଯଦି ଆଗକୁ ଆସିବ
କନ୍ୟାକୁ ସୁରକ୍ଷା ଦେବାକୁ,
କନ୍ୟାରତ୍ନ ସବୁ ସୁରକ୍ଷା ହୋଇବେ
ଯୁଗ ବଦଳିବ ଆଗକୁ ।
ପୁରୁଷ ଓ ନାରୀ ସନ୍ତୁଳନ ହେଲେ
ମାନବ ସମାଜ ବଞ୍ଚିବ,
ମାନବ ସମାଜ ବଞ୍ଚି ରହିଲେ
ଶାନ୍ତି ହି ଶାନ୍ତି ମିଳିବ ।
