Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jitendra Seth

Inspirational

5.0  

Jitendra Seth

Inspirational

କନ୍ୟା ରତ୍ନ

କନ୍ୟା ରତ୍ନ

1 min
338


ମାଆ ହେଇ ଯଦି ନିଜ ଝିଅକୁ

ଖାଇବାରେ ବିଷ ଦିଏ

କହରେ ଦୁନିଆ ଏ କଳି କାଳରେ 

କେମିତିକା ମାଆ ସିଏ ?


ବାପ ହେଇ ଯଦି ଝିଅର ମନକୁ 

ନପାରେ ଯଦି ସେ ବୁଝି

ବାପର ନାଁ ରେ ପାପ ନୁହଁ କି

ଏ ଯୁଗ ପାଇଁ ସେ ଆଜି ? 


ମାଆ ବାପା ଦୁହେଁ ଦେବତା ରୂପରେ 

ସଂସାରେ ପାଆନ୍ତି ପୂଜା 

ଭଲ ମନ୍ଦ ଭୁଲି କାହିଁକି ତାହେଲେ 

ଝିଅକୁ ଦିଅନ୍ତି ସଜା ? 


ଭୁଲି ଯାଉଛନ୍ତି ସେମାନେ ବୋଧେ 

ତାଙ୍କର ସେ ଅତୀତକୁ 

ଭଲ ହେଇଥାନ୍ତା ତାଙ୍କ ବାପା ମାଆ 

ମାରି ଦେଇ ଥିଲେ ତାଙ୍କୁ ।। 


ଦୁଇ କୂଳର ହିତା ବୋଲି ସିଏ 

ସବୁ ଦୁଃଖ ଯାଏ ସହି 

ତା ଆଖିରୁ ଯଦି ଲୋତକ ଝରେ 

ସବୁ ସୁଖ ଯିବ ଧୋଇ ।। 


କନ୍ୟା ରତ୍ନ ଅଟେ ଅମୂଲ୍ୟ ରତ୍ନ 

କରହେ ତାକୁ ସମ୍ମାନ 

ସୁଖମୟ ହେବ ଜୀବନ ଜୀବିକା 

ପ୍ରାପ୍ତି ହେବ ଧନ ଜନ ।। 


Rate this content
Log in