କନ୍ୟା ପିତା
କନ୍ୟା ପିତା


ବୃଥା ଗଲା ଆଶା ତାର
ହେଲା ସେଇ କଥା, ଥିଲା ଯାହା ଡର
ପୂର୍ବବତ୍ ବନିଗଲା, ସେ ଯେ
ପିତା ଏକ କନ୍ୟା ସନ୍ତାନର ।
ତଥାପି ଛାତିକୁ କରି ପ୍ରସ୍ତର ସଦୃଶ
ବଢିଛି ଆଗକୁ
ଭୁଲିନାହିଁ ବାପର କର୍ତ୍ତବ୍ୟ
ଆତ୍ମନୀର୍ଭରଶୀଳ ଆଜି
କନ୍ୟାଗଣେ ତାର ।
ପୂରୁବ ରାତିର ବଳକା ନିଦରେ
ନିଦୁଆ ଆଖିଟା ଅପେକ୍ଷାରତ
ଆଗନ୍ତୁକ ଗଣେ
ସତେ ଅବା ଆସିବେକି ?
ଅବା ବୃଥା ଯିବ ଆଶାଟିକ ପୂର୍ବବତ୍ !
ବାଜିଲା ଦୁଆର ଘଣ୍ଟି
ଆଶ୍ୱସ୍ତ ମନ
ଚଳ ଚଞ୍ଚଳ ହସ୍ତ ପଦ
ବାପ ବିଚରାର ।
ଦେଖିନିଅ ଆଉଥରେ ଭଲକରି
ମା’କୁ କରିଦେଇ ହାଲୁକା ତାଗିଦ୍
ଆଗଭର ଦୁଆର ଆଡକୁ
ଆଗନ୍ତୁକେ ନେବାକୁ ପାଛୋଟି ।
ପୁଣି ଥରେ ପ୍ରସ୍ତୁତ ସେ
ଦେବାପାଇଁ
ସେଇ ପୂର୍ବର ପରୀକ୍ଷା,
ବରଷା ଝରିବ ପ୍ରଶ୍ନ ଆଉ ପ୍ରଶ୍ନର ।
ମୂଲ୍ୟ ନାହିଁ ତାର ଲାଳନ ପାଳନେ
ସମସ୍ତଙ୍କ ସନ୍ଦେହ ତା ସଂସ୍କାର ଉପରେ
ତା ଠାରୁ ଆରମ୍ଭି ଯେ ନିଜେ କନ୍ୟା ଯାଏଁ
ଦେବାକୁ ପଡିବ ସମସ୍ତ ଉତ୍ତର ।
ପ୍ରତିଥର ପରି ଏଥର ବି
ଖର୍ଚ୍ଚ କରି ପକୋଡି କଚୋଡି
ରସଗୋଲା ଛେନାପୋଡ
ଆୟୋଜନ କରିଛି ବାପୁଡା,
ଆଶା କାଳେ ଯୋଡିଯିବ
ସମ୍ପର୍କର ଖିଅ ।
ପୁଅ ଜନ୍ମ କରି ଗର୍ବେ ଉତ୍ଫୁଲ୍ଲିତ
ବାପା ମାଆ କିନ୍ତୁ
ବୁଝନ୍ତିନି ବାପୁଡାର କଷ୍ଟ ।
ସ୍ୱଳ୍ପ ଏକ ଚାହାଣୀ ଓ ଅଜସ୍ର ଜିଜ୍ଞାସା
ସତେ ଅବା ପୁଅଟିରେ ତାଙ୍କ,
ଭରା ଅଛି ସହସ୍ର ସମ୍ପଦ
କମିଯିବ କାଳେ ତାହା ଝିଅଟିର ସଙ୍ଗେ ।
ଚାଲିଥିବ ଏହି ପର୍ବ
ବିବାହ ପ୍ରକ୍ରିୟା
କନ୍ୟା ସନ୍ତାନର,
ଆସୁଥିବେ କେତେ
ଦଲାଲ ସଦୃଶ
ହେବା ଯାଏଁ ମୂଲଚାଲ ଠିକ୍ ।