କଣ୍ଢେଇ
କଣ୍ଢେଇ
ମଣିଷ ନା ମୁଁ କଣ୍ଢେଇ ଟେ
ଆଜି ଯାଏ ପାଇ ନାହିଁ ତାର ଉତ୍ତର ଟେ
ଯାହାର ମନ ହେଉଛି ଯେମିତି
ଯାଉଛି ସିଏ ନଚେଇ ସେମିତି
ବୁଝେନା କେହି ଅନ୍ତର ବେଦନା
ସହିବ କେତେ ଏ ହୃଦୟ ଯାତନା
ପାଇଛି ବୋଲି ଝିଅ ଜନମ
ନାହିଁ କି କିଛି ମହତ୍ତ୍ଵ ମୋର
ପାରୁଛି ଯିଏ କନ୍ଦଉଛି ସିଏ
ଭୁଲି ଯାଉଛି ବୋଧେ ମୁଁ ବି ମଣିଷ ଟେ
ବାପ ଘରେ ଝିଅ ବାପାଭାଇ ପାଇଁ ବୋଝ
ଶ୍ବଶୁର ଘରେ ସ୍ବାମୀ ପାଇଁ ବୋଝ
ତା ' ହେଲେ କହି ଯାଅ ଥରେ
ସେ ଯେ କାହା ନିଜର
କାହାକୁ ପର ନ ଭାବି
କରେ ସେ ସଭିଙ୍କୁ ନିଜର
ଦୁଇ କୁଳର ହିତ ପାଇଁ
କେତେ ନକରେ ଯତନ
ହେଲେ ହେଁ ନୁହେଁ ସେ କାହାର ।
