କଣ୍ଢେଇ ବାହାଘର
କଣ୍ଢେଇ ବାହାଘର
1 min
124
ଆସ ଆସ ମିତ ଆସଗୋ ସଙ୍ଗାତ ଖେଳି
ଆଣିଛି କଣ୍ଢେଇ ବାହାଘର ସଜ ଥାଳି
କରୁଥିବା ସାଜସଜା
ତୋ ପୁଅକୁ ମୋ ଝିଅ ବାହାଘର ହେବ ମଜା ।।
ସରିଲାଣି ସବୁ ଏବେ ହେବ ବାହାଘର
ନାହିଁ ଆମ ଯୋଉତୁକ କୁଣିଆ ପତର
ତୋ କଣ୍ଢେଇ ମୋ କଣ୍ଢେଇ
ମିଛ ଭୋଜି ଭାତ ସତ ସତ ଖୁସି ହୋଇ ।।
ସରିଗଲେ ବାହାଘର ଆମ ଖେଳ ଖୁସି
କଣ୍ଢେଇକୁ ତୋର ମନେ ପକାଇବୁ ବସି
ଜୀବନଟା ତାର ଛବି
ସଢେଇର ଭୋଜି କରିଅଛି ଅନୁଭବୀ ।।
ଜୀବନଟା ଏକ ଜୀବନ୍ତ କଣ୍ଢେଇ ଖେଳ
ଆମେ ତାର ଅଭିନେତା ଆମେ ତା ଉତ୍ପଳ
କଣ୍ଢେଇ ବିବାହ ପରି
ମିଛ ମଧ୍ଯେ ସତ୍ଯ ଖୋଜେ ଜୀବନର ତରୀ ।।