STORYMIRROR

Jagabandhu Sahu

Others

3  

Jagabandhu Sahu

Others

କନକ ଦୁର୍ଗା ବିଦ୍ଯାପିଠ

କନକ ଦୁର୍ଗା ବିଦ୍ଯାପିଠ

1 min
293


କ‐ କର ଯୋଡେ ମୁହିଁ ଆଶିଷର ଆଶେ

    ସହାହୁଅ ସରସ୍ବତୀ 

 ଗୁରୁଜୀ ମାଧ୍ୟମେ ବିଦ୍ୟା ଦିଅ କହି 

   ଘେନ ଏ ଆମ ବିନତୀ 

ନ‐ ନମସ୍କାର ଆମ ସଂସ୍କାରର ମୂଳ

   ଗୁରୁଜୀ ପଦେ ପ୍ରଣାମ 

ଏଇ ବିଦ୍ଯାସ୍ଥଳୁ ଏହି ଶିକ୍ଷା ମିଳୁ 

   ସଂସାରେ ମିଳୁ ସମ୍ମାନ

କ‐ କଲ୍ଯାଣ ଆଶିଷେ ଗୁରୁଜୀଙ୍କ ପାଶେ 

   ସମର୍ପିତ ଥାଉ ମନ

ଜୀବନେ ସଫଳ ହୋଇବା ନିଶ୍ଚିତ 

   ଗୁରୁ ଯେ ଦେବତା ସମ

ଦୁ‐ ଦୁର୍ଗତୀ ନାସିନୀ ମା ସିଂହ ବାହିନୀ

   ବିପଦେ ହେଉଥା ସାହା

ଅନ୍ୟାୟ ଅନିତୀ ଅବା ରାଜନୀତି 

  ନପଡୁ ତାହାର ଛାୟା 

ର୍ଗା‐ ଗର୍ବ କରିଯିବା ମାତୃଭୂମି ଆଉ

  ଆମ ମାତୃଭାଷା ପାଇଁ 

 ବିଦ୍ୟାଳୟ ଅଟେ ମନ୍ଦିର ସମାନ   

  ଗୁରୁ ଯେ ଦେବତା ତହିଁ   

ବି‐ ବିଦ୍ଯା ଅଟେ ଆମ ମହାଧନ ସମ 

   ଇଶ୍ବରଙ୍କ ବରଦାନ 

ରାମ ,କୃଷ୍ଣ ପରା ଏଇ ବିଦ୍ୟାପାଇଁ 

   ଚଳିଲେ ଗୁରୁ ଆଶ୍ରମ

ଦ୍ୟା- ଦୟାମୟ ହରି ଅବତାର ଧରି 

   ଭାଗବତେ ଛନ୍ତି କହି

ଜଗତକୁ ଶିକ୍ଷା ଗୁରୁ ଏକା ଶ୍ରେଷ୍ଠ 

   ସଂସ୍କାର ଜୀବନ ପାଇଁ 

ପୀ- ପିତା ଯେହ୍ନେ ହିତ ଶରୀରର ପାଇଁ 

   ଜୀବନେ ହିତ ଶିକ୍ଷା 

ଶିକ୍ଷା ବିନା ନର ପଶୁର ସମାନ 

   ବିଦ୍ୟାହିଁ ଆମରି ଶଖା 

ଠ- ଠକି କେ ପାରିବ ଏ ବିଦ୍ୟା ଧନକୁ 

   ତ୍ରିଭୁବନେ କେହି ନାହିଁ 

ପିଲାଦିନ ସ୍ମୃତି ମେନେପଡେ ନିତି 

   ଠକି ଥିଲି ଛାଟ ପାଇଁ ।

     


Rate this content
Log in