କମଳ
କମଳ
1 min
159
କ୍ଷୀରାବ୍ଧି ସାଗରେ କ୍ଷୀରାବ୍ଧିତନୟା
କମଳଲୋଚନ ହରି,
କମଳାଙ୍କ ହସ୍ତେ କମଳ ଶୋଭିତ
କମଳ ପ୍ରିୟ ଶ୍ରୀହରି,
ଦୟାମୟ ଦୟାକରି
ଜଗଜ୍ଜନ ପରେ ସୁଦୃଷ୍ଟି ପକାଅ
କରୁଛି ପାଦେ ଗୁହାରି।
ଶଙ୍ଖ ଚକ୍ର ସାଥେ ଗଦା ଧାରଣ
କମଳ ଶୋଭାପାଏ ହସ୍ତେ ,
ରବି ତେଜ ପାଇ ଉଲ୍ଲସିତ ହୁଏ
ମନ ମୋହିନିଏ ସତେ,
ଜାତୀୟ ପୁଷ୍ପ କମଳ
କମଳିନୀ ଦେବୀ ହୁଅନ୍ତି ସନ୍ତୋଷ
ପୂଜିଲେ ଦେଇ ଶ୍ରୀପଦେ।