କଲମର କାରନାମା
କଲମର କାରନାମା
1 min
165
ଖଣ୍ଡାଠାରୁ ମୁହିଁ ଅଟେରେ ଧାରୁଆ,
ଲାଗଇ ପୁଣି ଗଦାଠୁ ଓଜନିଆ।
କେତେ ଶୂର ବୀର ଚ୍ଯୁତ ହୁଏ ଶିର,
ପାଇକରି ମୋ'ରି ନିର୍ଘାତ ପ୍ରହାର।।
ଅଜ୍ଞାନ ମୂରୁଖ ପାଇଁ ମୁଁ ଅଲୋଡ଼ା,
ଜ୍ଞାନୀର ସକାଶେ ସୁଖର ସାହାରା।
ଯୁଗେ ଯୁଗେ ମୋର ଭିନ୍ନ ଭିନ୍ନ ରୂପ,
କେବେ ଲେଖନୀ କେବେ କଲମ ଛାପ।।
ମୋତେ ନେଇ କବି ଲେଖେରେ କବିତା,
କହଇ ସମାଜର ଅକୁହା କଥା।
ମୋ' ଯୋଗୁଁ ଦୁନିଆ ହୁଏ ଥରହର,
ଲେଖକ ଦେଖାଏ ନିଜର ଚାତର।।
କିରାଣୀଠୁ ଉପରିସ୍ଥ ଅଧିକାରୀ,
ମୋରି ଦ୍ଵାରା କାର୍ଯ୍ୟ ହୁଅଇ ସବୁରି।
ଛୋଟ ପିଲାଏ ବି କରନ୍ତି ଆଦର,
ବୁଢ଼ା ପର୍ଯ୍ୟନ୍ତେ ମୁଁ ପ୍ରିୟ ସଭିଙ୍କର।।
