STORYMIRROR

Rajalaxmi Tripathy

Others

4  

Rajalaxmi Tripathy

Others

କଲମ

କଲମ

1 min
437

କଲମ ସିଏ ଲେଖି ଚାଲିଛି

ଲେଖିବ ଯୁଗ ଯୁଗ

କେଉଁ କାଳରୁ କେତେ ନାମରେ

ବଦଳାଇ ତା' ବାଗ ।


ଗୁମ୍ଫା ପାହାଡ ଶିଳା ଉପରେ

ରହିଛି ଶିଳାଲେଖ

ନିହାଣ ମୁନ କଲମ ସାଜି

ରଖିଛି ତାର ଛାପ ।


ତାଳପତ୍ର ଓ ଭୂର୍ଜପତ୍ରରେ

ଲେଖା ଯେ କେତେ ପୋଥି

ଧାତୁ ତିଆରି ଲେଖନୀ ମୁନ

ହୋଇ କଲମ ସାଥି ।


ପର କଲମ ,କାଠି କଲମ

ଦୁଆତ କାଳି ନେଇ

ଲେଖି ଚାଲିଲେ ଭାବୁକ କବି

କଲମ ଜୋର ଦେଇ ।


ଝର କଲମ ଝରି ଆସିଲା

ରଙ୍ଗ ବେରଙ୍ଗ କାଳି

ସଭ୍ୟତାର ଅଗ୍ରଗତି ରେ

କଲମବାଜ ବୋଳି ।


ଡ଼ଟ୍ କଲମର ମଜା ନିଆରା

ସଭିଏଁ ହେଲେ ଖୁସି

ହାତେ ଲାଗେନି କାଳି ଟିକିଏ

ଲେଖି ଚାଲିଲେ ବେଶୀ ।


କଲମ ପଛେ ଯେମିତି ହେଉ

ଲେଖିବା ତା'ର କାମ

ଭାବନା, ଚିନ୍ତା ପରିପ୍ରକାଶେ

ତୁଟାଇଥାଏ ଭ୍ରମ ।


ବଜାୟରଖୁ କଲମ ତାର

କଲମ ଜାରି ରହୁ

ଜନ ହିତରେ, ଦେଶ ହିତରେ

ବିଶ୍ବ ହିତରେ ଥାଉ ।


Rate this content
Log in