STORYMIRROR

ମିତା ପଟନାୟକ

Others

3  

ମିତା ପଟନାୟକ

Others

କଲମ

କଲମ

1 min
357

ପତଳା ତନୁ

ଖୁବ ଦୁର୍ବଳ ଶରୀର

ମୁହଁ କିନ୍ତୁ ବେଶ ଦମ୍ଭ

ଯାହା କହେ ଥରେ କହେ

ଗାର କାଟିଲେ ହୁଏ ବେଦର ଗାର

ଆକାଶର ପକ୍ଷୀ ଆଉ'ତା କାକାଳୀ

ଗଭୀର ସମୁଦ୍ରର ଉତ୍ତାଳ ତରଙ୍ଗ ଆଉ ତା ଚିତ୍କାର

ଅବା ଶିଶୁ ଜନ୍ମ ବେଳର ଆନନ୍ଦ ଅଗାମିନୀ

କ୍ରୁର ମୃତ୍ୟୁର କର୍କଶତା

ଜୀବନର ତମାମ ଛୋଟ ବଡ଼ କଥା କାହାଣୀ

ସବୁକୁ ଅନୟାସରେ ଶବ୍ଦର କୁହୁକରେ

ପରସି ଦିଏ ଖୁବ ସନ୍ତର୍ପଣରେ ।


ମୁଁ ରାଜା

ବାକି ସବୁ ପ୍ରଜା

ମୋ ତୁଣ୍ଡ ଆଇନ

ବାକି ସବୁ ବେଆଇନ ...

ବୋଲାଉଥିବା ଏକଛତ୍ରଵାଦି ଶାସକ ବି

ନୀରବରେ ମୁଣ୍ଡ ନୂଆଏ

ନୂଆ ନୂଆ ପ୍ରେମ କରୁଥିବା ଷୋଡ଼ଶୀ କନ୍ୟା

ଅବା ଶିକ୍ଷିତ ଅଥଚ ଗରିବ ଯୁବାର ଚାକିରୀ

ବୃଦ୍ଧ ବାପର ପେନସନ କାଗଜ

ସବୁଠି ବିନା ପ୍ରସ୍ତୁତିରେ ବୁଲି ଆସେ

ସେ ପରା କଲମ ...


ଦିନ ଯାଏ ଚିହ୍ନ ରହେ

ନୂଆ ପୁରୁଣା ହୁଏ

ଜୀବନ କଡ଼ ଲେଉଟାଏ

ଡ଼ାଇରୀ ପୃଷ୍ଠା ଓଲଟି ନୁଆଁ ଫର୍ଦ୍ଧ ନିମନ୍ତ୍ରଣ କରେ

ଲେଖିବାକୁ ଆଉ ଏକ ଇତିହାସ

ଆଉ ଏଜ ନୂଆ ଅଧ୍ୟାୟ

କିଛି ପାଇବାର

କିଛି ହଜେଇବାର

କିଛି ତିକ୍ତ କିଛି ମଧୁର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍