କଳୁଷିତ : ଓଁ-କାର
କଳୁଷିତ : ଓଁ-କାର
ଆଦି ଶୃଷ୍ଟି-କାଳେ-
ଅସୀମ ଅଂଧାରେ,
ଓଁ-କାର ନାଦେ,
ଶୂନ୍ୟ-ବ୍ରହ୍ମ କ୍ରୋଡ-
ଯେବେ ହେଲା-
ଗୁଂଜରିତ,
ଉଦ୍ଭାସିତ ହେଲା,
ଆଦ୍ୟ-ଦିବ୍ୟାଲୋକ,
ଉଜ୍ଜ୍ବଳି-ଉଠିଲା-
ଆଦିଗଂତ,
ଦଶ-ଦିଶ,
ମହାଂଧକାରେ,
ଶୂନ୍ୟତା'ର-
ଅସୀମ ପରିବ୍ୟାପ୍ତ-ବୁକୁ,
ସଂଚରି-ଗଲା-
ସେ ନାଦ-
ଶୂନ୍ୟ'ରୁ ମହା'ଶୂନ୍ୟ,
ଆଉ ତା ଆର-ପାରି'ର-
ନିବିଡ ଅଂଧକାର' ଠୁ--
ଅସୂର୍ଯ ଉପତ୍ୟକା ପର୍ଯଂତ,
ସ୍ପର୍ଶ-ହୀନ, ରଂଗ-ହୀନ-
ଅନଂତ ମହାକାଶ'ର-
ବିଲୀନତା ପର୍ଯନ୍ତ,
ଅଣୁ'ରୁ- ପରମାଣୁ-
ସୃଷ୍ଟିର ମହା'ଯଞେ-
ଧୂପିତ-
ଦେବ-ଗଂଧେ-
ମହାଶୂନ୍ୟ-କାୟା,
ହୁଳ'ହୁଳି ଦେଲେ ଦିଗାଂଗନା,
ସୃଷ୍ଟି ହେଲା-
ପ୍ରଥମ-ଅଂଡ-
ବ୍ରହ୍ମାଣ୍ଡ,
ପରମାଣୁ'ର-
ପ୍ରଚଂଡ ବିଷ୍ଫୋଟ'ର
ପ୍ରତିଧ୍ଵନୀ'ରେ
ଭୂ'କଂପ-ନାଦର
ଅନୁସ୍ୱର ରୁପେ,
ମୂମୂର୍ଷୁ'ର ଅବଲୁପ୍ତ-
ଆରତ ସ୍ୱର'ରେ,
ଅସ୍ତ୍ର'ର ଝନତ୍'କାରେ,
ଗୁଳି-ଗୋଳା'ର ଶବଦେ,
ଝିଁକାରି'ର ଝିଁ-ଝିଁ ସ୍ୱରରେ,
ଆଦି-ନାଦ-
ଓଁ-କାର-
ଅପ୍ରତିହତ ଓ-
ନିତ୍ୟ-ବିଦ୍ୟମାନ,
ପିଂଡ'ରୁ-ବ୍ରହ୍ମାଂଡ,
ଏଇ କି ସେ-
ଓଁ-କାର ନାଦୁ ସୃଷ୍ଟ-
ମାନବ....?
ଜୀବ-ପୋଷଣେ-
ଫଳ-ମୂଳ ଖାଇ,
ସଂଚୁ'ଥିଲା-
ପଥର-ଗୁହା'ରେ..?
ଖୋଜୁ'ଥିଲା-
ବଂଚିବା'ର ମାନେ..?
ଆଜି ବିଷ୍ଫୋରଣ'ର-
ଉତ୍କଟ ଶବଦେ,
ମୂମୂର୍ଷୁ'ର ଆର୍ତନାଦ'ରେ,
ନୀରିହ-ଜୀବ'ର-
ବଦ୍ଧ-ଭୂମି'ରେ,
କୋମଳ-ଶିଶୁ'ର କ୍ରଂଦନରେ
ଖୀର'ଭରା-ସ୍ତନା ମାଆ'ର-
ଧର୍ଷିତା ଉଲଂଗ-ଦେହ'ରେ,
ଓଁ-କାର-
କଳୁଷିତ-କଳଂକିତ...
ହେ ସ୍ରଷ୍ଟା
ଫେରାଇ ନିଅ,
ଏ ସୃଷ୍ଟି'କୁ-
ତିମିରାଚ୍ଛନ୍ନ ତୁମ-ଅସୂର୍ଯ ଜଠରେ ।
ନୟନ
