କଳୁ କଳୁଷତା
କଳୁ କଳୁଷତା
ଲୁହାରୁ ଜନମି କଳଙ୍କ ଯେମିତି
ଲୁହାଟିକୁ ଖାଇଯାଏ,
ମଣିଷକୁ ତାର ମନର କୁତ୍ସିତ
ଭାବନା ବିନାଶି ଥାଏ। [୧]
ଭାବନାରୁ ଇଛା ଇଛାରୁ କରମ
କରମରୁ ଭଲ ମନ୍ଦ,
ଭଲ କରମରୁ ଭଲ ଫଳ ମିଳେ
କୁକର୍ମର ଫଳ ମନ୍ଦ। [୨]
ଯେ କର୍ମ କରିବ ସେ ଫଳ ଭୁଞ୍ଜିବ
ଗୀତା ଭାଗବତ ବାଣୀ,
ସବୁ ଜାଣି ଶୁଣି ବିଜ୍ଞାନୀ ମନୁଷ୍ୟ
ଅଜ୍ଞାନରେ ହୁଏ ଘଣି। [୩]
ଈର୍ଷା ଦ୍ବେଷ ନିଆଁ ମନରେ ଲାଗିଲେ
ନର ହୋଇଯାଏ ଅନ୍ଧ,
ଅଙ୍ଗାରଭରା କୁପଥେ ଚାଲିବାକୁ
ହୁଏ ଅଙ୍ଗୀକାର ବଦ୍ଧ। [୪]
ସମାଜର କଳୁ କଳୁଷତା ପାଇଁ
ଆନକୁ ନ ଦେଇ ଦୋଷ,
ଉନ୍ନତ ସମାଜ ଗଢିବାର ପାଇଁ
ଜାରି ରଖିବା ପ୍ରୟାସ। [୫]
ବୃତ୍ତି ସିନା ଆମ ଜୀବନ ଜୀବିକା
ନିର୍ବାହରେ ସହାୟକ,
ପ୍ରବୃତ୍ତି ଦେଖାଏ ହସ ଓ ଖୁସିରେ
ଜୀବନ ଜୀଇଁବା ବାଟ । [୬]
