STORYMIRROR

Saphala Das

Children Stories Comedy Drama

3  

Saphala Das

Children Stories Comedy Drama

କଳ୍ପନା

କଳ୍ପନା

1 min
209

 ସ୍ୱପ୍ନାବିଷ୍ଟ ଥାଏ ତୁମରି ରୂପରେ

  କଳ୍ପନାରେ ହଜିଯାଏ

କିଛି ଅନୁଭୂତି ସ୍ମୃତିକୁ ସାଉଁଟି

  ବକ୍ଷରେ ଆଉଜି ଦିଏ ।।


ଭାବନା ରାଇଜେ ଅଲିଭା ଅକ୍ଷରେ

  ରାତ୍ରି ଉଜାଗର ରହି

ଅକୁହା କଥାକୁ ପଢି ଚାଲିଯାଅ

  ଆଉ ନ ପାରେ ମୁଁ କହି ।।


 ଜାଣଛି କଳ୍ପନା ହୁଏ ନାହିଁ ସତ

  ତାକୁ ଛାଡି କିଏ ରୁହେ

ବିଦୁଷୀ ବୋଲି ମୁଁ ତୁମଠୁ ଶୁଣିଲେ

   ଲାଜରେ ସରମୀ ଯାଏ ।।


ତଥାପି କଳ୍ପନା ଶିଖାଇ ଚାଲିଛି

   କବିତା ଲେଖିବାପାଇଁ

 ପ୍ରତ୍ୟେକ ପଂକ୍ତିରେ ସ୍ପନ୍ଦନ ନିଜସ୍ୱ

   ଆତ୍ମତୃପ୍ତି ମୋର ସେହି ।।



Rate this content
Log in