କଳ୍ପନା ଓ ବାସ୍ତବ
କଳ୍ପନା ଓ ବାସ୍ତବ
-
କଳ୍ପନା ଓ ବାସ୍ତବ ।
ତମେ କହ, ମୁଁ ସବୁବେଳେ ଅଛି ତୁମ ସହ, ମତେ ତୁମେ ଅନୁଭବ କରି ପାରୁନ ଆଉ ବୁଝାଇ ଦିଅ, ଯେତେ ଦୂରେ ଯିଏ ଥାଉ, ଯିଏ ଯାହାର ସିଏ ତାହାର, ଆକଟ କର,ଅଳି କର, ଅଝଟ ହୁଅ,ଢେର ଅଭିମାନ , ଢେର ସନ୍ଧେହ ବି କର, ସତେ ଯେମିତି ଅତି ଆପଣାର ମଣିଷ, ମୁଁ ବୁଝାଇ ଦିଏ ବୁଝି ବି ଯାଅ, ବେଳେବେଳେ ଆସ ଉଲ୍ଲୂକା ଭଳି ଲେଖି ଦିଅ ଦି ଚାରି ପଦ, ଅନ୍ଧାରି ଆକାଶରେ ଦେଇ ଅନେକ ପ୍ରତିଶୃତି ଫେରିବାର, ଅନେକ ସ୍ଵପ୍ଣ ବୁଣି ଆଖିରେ ପୁଣି ଚାଲି ଯାଅ, ବାକି ରହିଯାଏ , ତୁମ ଅନ୍ୱେଷଣ, ତୁମ ଭାବନା, ବିବେକ କହେ, ତୁମେ କରି ଚାଲିଛି ଛଳନା, ହୃଦୟ କହେ, ସେ ତ ତମ ଅନ୍ତର୍ନିହିତ ବିଶ୍ୱାସ, ଅସମଞ୍ଜସ୍ ଭିତରେ ମହମବତୀ ଭଳି ଜଳି ଖୋଜେ ତମକୁ ହେଲେ ଆସେ ନି ତୁମ ଖବର,
ବିବେକ ଆଉ ହୃଦୟର ଅବିରାମ ଯୁଦ୍ଧ ଚାଲେ କେତେବେଳେ କିଏ ହାରେ, ଆଉ କିଏ ଜିତେ, ବାସ୍ତବ ତ ନୁହଁ, କାରଣ , ନାହିଁ ତମ ପରିଚୟ କି ଠିକଣା, କଳ୍ପନା ବି ନୁହଁ , କାରଣ, ହେଟି ଅଛ ହେଟି ନାହଁ , ତା ହେଲେ ତମେ କିଏ ? ବିଜୁଳି ନା ଉଳ୍ଲକା, ଅନର୍ନିହିତ ବିଶ୍ୱାସ ନା ଅବିଶ୍ଵାସ, ଆପଣାର ନା ପର, ତମେ କିଏ ? କଳ୍ପନା ନା ବାସ୍ତବ, କଳ୍ପନା ନା ବାସ୍ତବ ।
ରାମ ବିଶୋଇ, @କାଶ୍ୟପ, ତା୧୬-୭-୧୬, ରାତ୍ର-୧୨-୪୭ ମିନିଟ, ରାୟଗଡ଼ା ।