STORYMIRROR

Biswanath Nayak

Others

4  

Biswanath Nayak

Others

କଳଙ୍କ --------

କଳଙ୍କ --------

1 min
268


ପତିତପାବନୀ

ଗଙ୍ଗା! ଟିକେ ରୁହ 

ମୋ କଳଙ୍କ ଧୋଇବାକୁ,

ଆଖିଲୁହ ମୋର

ନିଅଣ୍ଟ ପଡୁଛି

ସେ କଳଙ୍କ ପିଇବାକୁ।

ଦୁନିଆ ବୁକୁରୁ

କେତେ ଯେ କଳଙ୍କ

ଧୋଉଅଛ ନିତିନିତି,

ବହିନେବାକୁ ମୋ

କଳଙ୍କ ପସରା

ଆସଇ କି ମନେ ଭୀତି?

କହେ ଭାଗୀରଥୀ

ଧୁଅନ୍ତି ସେ କଳା

ନାହିଁ ମୋର ମନେ ଭୀତି,

କିନ୍ତୁ! ମୁଁ ନାଚାର

ଏ କଳଙ୍କ ପରା

ସାଜିଛି ତୁମ ନିୟତି। 

ଶ୍ରାବଣକୁ କେତେ

ହେଲି ମୁଁ ନେହୁରା

ସେ କଳଙ୍କ ଧୋଇବାକୁ,

ମନାକଲା ସିଏ

ମୋ କଳା କଳଙ୍କ

ତା ଦେହେ ବୋଳିହେବାକୁ। 

ଶ୍ରାବଣ! ତୁ ସତେ

ଏଡେ ସ୍ଵାର୍ଥପର

ଥିଲେ ମୁଁ ଏକଥା ଜାଣି,

ବଖାଣି ନଥାନ୍ତି

ତୋ ଆଗରେ କେବେ

କଳଙ୍କର ଏ କାହାଣୀ। 

ଧରଣୀ ରାଣୀ ତୁ

ଅଟୁ ସର୍ବଂସହା

ନେବୁ ମୋ କଳଙ୍କଭାର?

ସବୁଭାର ନେବି

ନେବିନି କଳଙ୍କ

ଦେଲା ସେ ମୋତେ ଉତ୍ତର। 

କଳଙ୍କରେ ଥାଏ

ଏତେ ଯେ ଯନ୍ତ୍ରଣା

ସେକଥା ନଥିଲି ଜାଣି,

ନହେଲେ ମୁଁ କେବେ

ଲେଖି ତ ନଥାନ୍ତି

କଳଙ୍କର ଏ କାହାଣୀ। 

ଏହି ସମୟରେ

ମୋ କାନେ ବିବେକ

ଚୁପିଚୁପି ଦେଲା କହି,

ପଶ୍ଚାତାପ ଅଗ୍ନି

ଅନ୍ତରେ ଜଳାଅ

ସେ ପାରେ କଳଙ୍କ ଦହି। 

ସେ ଅଗ୍ନି ଭିତରେ

ଝାସ ଦେଲେ ଥରେ

ଲିଭିବ କାଳିମାରେଖା,

ଶୋଚନା ନକର

ଆଉ କିଛି ମନେ

ଦିଅ ସେ ଅଗ୍ନିପରୀକ୍ଷା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍