କଳଙ୍କ
କଳଙ୍କ
ଜଗତ ଜନନୀ କଳଙ୍କିତ ବୋଲି
ଦାଣ୍ଡରେ ପଡ଼ିଲା ହୁରି
ପ୍ରଜା ବତ୍ସଳ ପ୍ରଭୂ ରାମଚନ୍ଦ୍ର
ଦେଲେ ତାଙ୍କୁ ତ୍ୟାଗ କରି
କଳଙ୍କର ବୋଝ ମୁଣ୍ଡେଇ ମୁଣ୍ଡେଇ
ସରିଲା ମହାଭାରତ
କିଏ ନ ଜାଣିଚି ପାଞ୍ଚାଳୀ ଚରିତ୍ର
ସେ ଅମ୍ଳାନ ଓ ଆଦର୍ଶ
ଇତିହାସ ଆଜି ପଦ ବନ୍ଦେ ତାଙ୍କ
ଆଦର୍ଶ ନାରୀ ଧରାରେ
ସ୍ଵର୍ଣ୍ଣ ଅକ୍ଷରରେ ହେଲେ ଲିପିବଦ୍ଧ
ପୂଜିତ ସବୁ ହୃଦୟରେ
ଅନୁପମ ଶିରୀ ରାତିର ଚନ୍ଦ୍ରମା
କଳଙ୍କ ଅଛି ତା ବକ୍ଷରେ
ତଥାପି ସେ ଶୁଭ୍ର ଶୀତଳ ଜୋଛନା
ପ୍ରତୀକ ଶାନ୍ତି ପ୍ରେମରେ
କହ୍ନେଇ ପ୍ରେମକୁ ହୃଦ ମନ୍ଦିରରେ
ରଖିଚି ବୋଲି କଳଙ୍କିତ
ଶାଶୁ ନଣନ୍ଦଙ୍କ କଟୁ କଥା ସହି
ରାଧା ବନ୍ଧା କୃଷ୍ଣ ସହିତ
ପ୍ରେମ ଓ ଭକ୍ତିର ଶୀର୍ଷରେ ଶ୍ରୀରାଧା
ଥିଲେ ସେ କୃଷ୍ଣଙ୍କ ହୃଦରେ
କଳଙ୍କିତ ନୁହେଁ ବିଷାଦର ଚିହ୍ନ
ମିଳେ ପ୍ରଭୂଙ୍କର ଦାନରେ