କଳଙ୍କ
କଳଙ୍କ
1 min
241
ନାରୀଙ୍କ ମଥାରେ କଳଙ୍କ ବୋଳି
କି ଲାଭ ପାଉରେ ତୁ ବନମାଳୀ।
ନାରୀଙ୍କୁ କରି ଅବଳା ଦୁର୍ବଳା
କି ଲାଭ ପାଉରେ ତୁ ନନ୍ଦବଳା।
ଜବରଦସ୍ତ ଧର୍ଷଣ କରି ପୁରୁଷ
ଶେଷରେ ହେଉଛି ସୁଧାର ମଣିଷ।
ଧର୍ଷିତା ହୋଇ କଳଙ୍କିନି ନାରୀ
ଜୀବନକୁ ତାହାର ଦିଏ ହାରି।
ଏହା ନ୍ୟାୟ ନୁହେଁ ଯଦିରେ ଠାକୁର
କେମିତି ସହୁଛ କଷଣ ନାରୀର।
ଯୁଗେ ଯୁଗେ ପରା ନିଅ ଅଵତାର
ଦୁଷ୍ଟ ନାଶିବାକୁ ତୁମରି ସୃଷ୍ଟିର।
ଏବେ କାହିଁ ପାଇଁ ଜନମ ନେଉନ
ସୃଷ୍ଟିକୁ କରୁନ କଳଙ୍କ ବିହୀନ।
