STORYMIRROR

Banabihari Mishra

Others

3  

Banabihari Mishra

Others

କଳ୍କୀ

କଳ୍କୀ

1 min
11.7K

କାହିଁକି ଭାଙ୍ଗୁଛ ତାଙ୍କ ସୁଖନିଦ୍ରା

ସିଏ ତୁଳିତଳ୍ପ ଶଯ୍ୟାରେ ଶାୟିତ

ବଜାଅନା ଘଣ୍ଟ ଘଣ୍ଟା, ମାରନାହିଁ ତାଳି

ଦିଅନାହିଁ ଧୂପ କିମ୍ବା ଜଳାଅନି ଦୀପ

ଅନ୍ଧାରରେ ନିଶ୍ଚିନ୍ତରେ ସିଏ ଶୋଇଛନ୍ତି।

ସିଏ ଏକଥାକୁ ଭଲକରି ଜାଣନ୍ତି

ତୁମେ ତାଙ୍କ ପାଖେ ଲଗାଉଛ ଭୋଗ

ତାଙ୍କ ଆଗରେ ଚଣ୍ଡ ଟିକେ ରଖି

ବାକିସବୁ ନିଜେ ଖାଇବାକୁ

ତାଙ୍କରି ନାଆଁରେ ଛପନ ଭୋଗ

ଅନେକ ରକମର ସୁସ୍ୱାଦୁ ବ୍ୟଞ୍ଜନ।

ଯଦି ସିଏ ସତରେ ଖାଆନ୍ତେ

ତୁମେ କ'ଣ ପରସି ଦିଅନ୍ତ

ଏତେ ସବୁ ସୁଆଦିଆ ଖାଦ୍ୟ?


ସିଏ ତ ଶାନ୍ତିର ଚିରନ୍ତନ ସ୍ରୋତ

ତାଙ୍କ ସୃଷ୍ଟ ସଂସାରରେ ଚାହାନ୍ତି ସେ ଶାନ୍ତି

କିନ୍ତୁ ହାୟ, ସିଏ ଟିକେ ଶୋଇଛନ୍ତି ବୋଲି

ତୁମେ ସବୁ ତାଙ୍କରି ନାଆଁରେ ଲଢୁଛ

ନିଜ ନିଜ ଭିତରେ, 

କେତେ ହତ୍ଯା, ଲୁଣ୍ଠନ, ଗଣ୍ଡଗୋଳ କରୁଛ

କ୍ଷତାକ୍ତ କରୁଛ, ନିଜକୁ ଆଉ ତାଙ୍କର ସୃଷ୍ଟିକୁ

ତୁମେ ସବୁ ଜାଣିଛ ତ,

ତୁମେ ସବୁ ତା'ର ପ୍ରିୟତମ

ପିଲାମାନେ କଳିଗୋଳ କଲେ

ମମତାମୟୀ ମା'ଟା ବି କଠୋର ହେଇଯାଏ

କାନମୋଡି ଚଟକଣା ଦିଏ।


ତାଙ୍କ ନିଦ ଭାଙ୍ଗିଗଲେ

ସିଏ ପୁଣି ଅବତାର ନେବେ

ଆଉ ଏଥର ବୁଦ୍ଧ ନୁହେଁ କି ଯୀଶୁ ନୁହେଁ

ଯେ ଶାନ୍ତିର କଥା କହିବେ

ମନେରଖ ଏଥର , ଦଶମ ଅବତାର

କଳ୍କୀ ଅବତାର, ଭୟଙ୍କର

ଭାରି ଭୟଙ୍କର, ନରସିଂହଠାରୁ ବି ଭୟଙ୍କର।

କଳାଘୋଡା ଦୌଡିବ, ବାରହାତ ଖଣ୍ଡା ଝୁଲି

ଖାଲି ମୁଣ୍ଡ ଗଡିଯିବ, ସାବଧାନ ହେଇଯାଅ

ଏବେବି ସମୟ ଅଛି, ନିଜକୁ ସୁଧାରି ନିଅ

ଆଉ ଭବିଷ୍ୟତକୁ ବଞ୍ଚିବାକୁ ଦିଅ।


Rate this content
Log in