STORYMIRROR

Dharitri Das

Others Children

3  

Dharitri Das

Others Children

କ୍ଳାନ୍ତି ହୋଇଯାଏରେ ଦୂର

କ୍ଳାନ୍ତି ହୋଇଯାଏରେ ଦୂର

1 min
244

ବାତାୟନ ପାଶେ ଥିବା ଚୌକି ଉପରେ ଯାଇ

ବସଇ ଯେବେ ମୁହିଁ କ୍ଲାନ୍ତ ଶରୀରକୁ ଥୋଇ।

ଦୂର ଦିଗବଳୟେ ଚାହିଁ ଦେଖିଅଛି ମୁହିଁ

ସତେକି ବୃକ୍ଷରାଜି ନଭକୁ ମସ୍ତକେ ବହି।

ରହିଛନ୍ତି କାହିଁ କେତେକାଳୁ ନିର୍ବିକାରେ

ତହିଁ ପରେ ଶୋଭା ଶୁଭ୍ର ଏକଇ ମନ୍ଦିରେ।

ଜଣାନାହିଁ ଅଛନ୍ତି କେଉଁ ଦେଵ ଅବା ଦେବୀ

ସ୍ଥାନେ ସ୍ଥାନେ ଦୃଶ୍ୟ ହୁଏ କ୍ଷୁଦ୍ର ପ୍ରାସାଦ ଛବି।

ଅସ୍ତରବି କିରଣକୁ ଦେଖି ବିହଙ୍ଗ ଗଣ

ଦଳ ଦଳ ହୋଇ ନୀଡ଼କୁ ଯାଆନ୍ତି ଉଡ଼ିଣ।

ବଉଦ ମାଳାରେ ଆକାଶ ଦିଶଇ ମେଘୁଆ

ଦିଗବଳୟେ ଦେଖ ବଗ ଓ ଗେଣ୍ଡାଳିଆ।

ହମ୍ବାରଡ଼ି ଛାଡ଼ି ଘରମୁହାଁ ହୁଅନ୍ତି ଗୋରୁ

ଘୋଟେ ଚତୁର୍ପାଶ୍ୱେ ଖାଲି ଅନ୍ଧାର ଭୁରୁ ଭୁରୁ।

ଆଲୋକିତ ହୁଅଇ ଦୂରେଥିବା ବତୀଖୁଣ୍ଟ

ନୟନ ପଥେ ଆସିଯାଏ ସେ ବାଷ୍ପୀୟ ଶକଟ।

ସତେକି ଆଲୋକର ମାଳା ପିନ୍ଧିଅଛି ସେହି

ଅକୁହା କଥା ମନ ହରଷେ ଦେଉଛି କହି।

ଶୁଭେ ଖାଲି ଶ୍ବାନ ଶିବାଙ୍କ କିଳିକିଳା ରାଵ

ଭାଙ୍ଗି ନିସ୍ତବ୍ଧତା ସତେକି ଦିଅନ୍ତି ଜବାବ।

ନଭ ମଣ୍ଡଳେ ପୁଞ୍ଜି ପୁଞ୍ଜିକା ନକ୍ଷତ୍ର ରାଜି

ଧରଣୀ ପୃଷ୍ଠ ପରେ ଖଦ୍ୟୋତ ଯାଆନ୍ତି ମଜି।

ଅପୂର୍ବ ସୌନ୍ଦର୍ଯ୍ୟରେ ଭରା ପ୍ରକୃତି ଆମର

ଦେଖିଣ ଶରୀରୁ କ୍ଳାନ୍ତି ହୋଇଯାଏରେ ଦୂର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍